Report Card Odisha

| Daily Odia News

ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଂକ୍ତି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ବଜେଟ୍‌‌ ଅଧିବେଶନ ବୁଧବାର ଆରମ୍ଭ ହୋଇଛି। ବଜେଟ୍‌‌ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଇ ମିଳିତ ସଦନକୁ ସମ୍ବୋଧିତ କରିଛନ୍ତି। ନୂଆ ସଂସଦ ଭବନରେ ମୋର ପ୍ରଥମ ଅଭିଭାଷଣ ବୋଲି କହି ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି | କହିଛନ୍ତି,ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି। ୭୦ ହଜାରରୁ ଅଧିକ ଅମୃତ ସରୋବର ହୋଇଛି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ଘୋଷଣା କରାଯାଇଛି। ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର। ଐତିହାସିକ ଜି-୨୦ ସମ୍ମିଳନୀ ଆୟୋଜନ କରିଛି। ପ୍ରଥମ ଥର ଏସୀୟ କ୍ରୀଡାରେ ଶହେ ପଦକ ଜିତିଛି ଭାରତ। ସରକାର ଲକ୍ଷାଧିକ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ୩ ଦଶନ୍ଧି ବାଦ୍‌‌ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି। କ୍ରିମିନାଲ୍‌‌ ଜଷ୍ଟିସ ସିଷ୍ଟମ ସଂଶୋଧିତ ହୋଇଛି। ଜନଜାତି ସମୂହର ପ୍ରତିନିଧିତ୍ୱ ଅଧିକାର ବଢିଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି। ବିଶ୍ୱରେ ପ୍ରଥମ ୫ଜି ରାଷ୍ଟ୍ର ଭାବେ ଖ୍ୟାତି ଅର୍ଜନ କରିଛି। ମିଶନ ମୋଡ୍‌‌ରେ ସରକାର କାମ କରୁଛନ୍ତି। ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି। ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି। ୩ ତଲାକ୍‌‌ ବିଲ୍‌‌ ମଧ୍ୟ ଆଇନରେ ପରିଣତ ହୋଇଛି। ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଂକ୍ତିଙ୍କୁ କହିଛନ୍ତି। ମିଶୁ ମୋର ଦେହ ଏ ଦେଶ ମାଟିରେ.. ପଂକ୍ତିକୁ କହିଛନ୍ତି ରାଷ୍ଟ୍ରପତି। ପରେ ପରେ ଏହାକୁ ହିନ୍ଦିରେ ମଧ୍ୟ ଅନୁବାଦ କରିଛନ୍ତି। ସରକାର ୱାନ୍‌‌ ରାଙ୍କ, ୱାନ୍‌‌ ପେନସନ୍‌‌, ଲାଗୁ କରିଛନ୍ତି। ୨୫ କୋଟି ଦେଶବାସୀ ଗରିବିରୁ ବାହାରକୁ ବାହାରିଛନ୍ତି। ୧କୋଟି ୪୦ ଲକ୍ଷ ଲୋକେ ଜିଏସଟି ଦେଉଛନ୍ତି। ୮ କୋଟି ଲୋକ ଆଇଟିଆର ଦାଖଲ କରୁଛନ୍ତି। ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ ପହଞ୍ଚିଛି। ପୂର୍ବ ତୁଳନାରେ ଏଫଡିଆଇ ଦୁଇ ଗୁଣା ହୋଇଛି। ଭୁଶୁଡି ପଡିଥିବା ବ୍ୟାକିଂ ସିଷ୍ଟମ ଆଜି ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ। ଭାରତ ବିଶ୍ୱର ସବୁଠାରୁ ବଡ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର। ରାଷ୍ଟ୍ରପତି ଆହୁରି କହିଛନ୍ତି, ଆଜି ୧ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ୍‌‌ ବ୍ୟବସ୍ଥା କାମ କରୁଛି। ମେକ୍‌‌ ଇନ୍‌‌ ଇଣ୍ଡିଆ ସବୁଠୁ ବଡ ଅଭିଯାନ ପାଲଟିଛି। ଇଜ୍‌‌ ଅଫ୍‌‌ ଡୁଇଙ୍ଗ ବିଜ୍‌‌ନେସରେ ଲଗାତାର ସୁଧାର ଆସିଛି। ଏମଏସଏମଇ, ପରିଭାଷା ବିସ୍ତାରିତ,୫ଲକ୍ଷ କୋଟିର ଗ୍ୟାରେଣ୍ଟି। ଡିଜିଟାଲ୍‌‌ ଇଣ୍ଡିଆ ଭାରତର ବଡ ଉପଲବ୍ଧି। ଡିଜିଟାଲ୍‌‌ ଇଣ୍ଡିଆ ପାଇଁ ବ୍ୟାକିଂ ବ୍ୟବସ୍ଥା ସହଜ ହୋଇଛି। ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି, ଆୟୁଷ୍ମାନ ଭାରତରେ ୫୩ କୋଟି ଭାରତୀୟଙ୍କ ଆଇଡି ତିଆରି ହୋଇଛି। ଏୟାରପୋର୍ଟ ସଂଖ୍ୟା ୭୪ରୁ ବଢି ୧୪୯ ହୋଇଛି। ୨ଲକ୍ଷ ପଞ୍ଚାୟତକୁ ଅପ୍ଟିକାଲ ସଂଯୋଗ ହୋଇଛି। ୧୦ ହଜାର କିମି ଗ୍ୟାସ୍‌‌ ପାଇପ୍‌‌ ଲାଇନ୍‌‌ ବଢିଛି। ୫ ସହରର ମେଟ୍ରୋ ସୁବିଧା ୨୫ ସହରକୁ ବଢିଛି। ରେଲୱେ ବିଦ୍ୟୁତକରଣ ଶହେ ପ୍ରତିଶତର ନିକଟତର। ୧୩୦୦ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି। କରୋନା କାଳରୁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି। ଆହୁରି ୫ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇଛି। ଯୁବକ, ନାରୀ, ଚାଷୀ, ଗରିବ ବିକଶିତ ଭାରତର ୪ଟି ସ୍ତମ୍ଭ। ଉଜ୍ଜ୍ୱଳା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୧୧ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଞ୍ଚିଛି। ଏଥର ସାଧାରଣତନ୍ତ୍ର ଦିବସରେ ଦୁନିଆ ନାରୀ ଶକ୍ତି ଦେଖିଛି। ୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଥମ କରି ନୌସେନାରେ ମଧ୍ୟ କମାଣ୍ଡର କାର୍ଯ୍ୟ କରୁଛନ୍ତି। ସବୁ କ୍ଷେତ୍ରରେ ନାରୀଙ୍କ ଭାଗିଦାରୀ ବଢିଛି। ପ୍ରଥମ କରି ମହିଳାଙ୍କୁ ସେନାରେ ସ୍ଥାୟୀ କମିଶନ ପଦ ମିଳିଛି। ୨କୋଟି ମହିଳାଙ୍କୁ ଲକ୍ଷପତି ଦିଦି ପାଇଁ ଉଦ୍ୟମ ଚାଲିଛି। ଚାଷୀଙ୍କ ପାଇଁ ସରକାର ଅନେକ ଜନକଲ୍ୟାଣ ଯୋଜନା ଆଣିଛନ୍ତି। ଏମଏସପି ବାବଦରେ ଚାଷୀଙ୍କ ପାଇଁ ୧୮ ଲକ୍ଷ କୋଟି ଖର୍ଚ୍ଚ ହୋଇଛି। ଏମଏସପି ପ୍ରାୟତଃ ଅଢେଇ ଗୁଣ ବୃଦ୍ଧି କରାଯାଇଛି। ହଜାରେ ଆଦିବାସୀ ଗାଁକୁ ପ୍ରଥମ କରି ବିଜୁଳି ଓ ୪ଜି ସଂଯୋଗ କରାଯାଇଛି। ମତ୍ସ୍ୟ ଉତ୍ପାଦନ ୨ ଗୁଣା ବୃଦ୍ଧି ପାଇଛି। ୯୫ ଲକ୍ଷ ମେଟ୍ରିକ ଟନ୍‌‌ରୁ ବଢି ୧୭୫ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ହୋଇଛି। ୪ କୋଟି ପଶୁଙ୍କୁ ଟିକାକରଣ ହୋଇଛି। ବିଶ୍ୱକର୍ମା ଯୋଜନାରେ ୮୪ ଲକ୍ଷ ଲୋକ ଯୋଡି ହୋଇଛନ୍ତି। ଫୁଟପାଥ ଲୋକଙ୍କ ପାଇଁ ପିଏମ୍‌‌ ସ୍ୱନିଧି ଯୋଜନା ହୋଇଛି। ଶହେ ଆକାଂକ୍ଷୀ ଜିଲ୍ଲାରେ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି।

Breaking News