ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆରମ୍ଭ ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ପୁରୁଣା ସଂସଦ ଭବନରେ ଆଜି ବସିଛି ଶେଷ ଅଧିବେଶନ। ପୂର୍ବାହ୍ନ ୧୧ ଟାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଅଧିବେଶନ। ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ପୂର୍ବରୁ ପୁରୁଣା ସଂସଦ ଭବନକୁ ପ୍ରଣାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ପୁରୁଣା ସଂସଦ ଭବନ ଛାଡିବାର ଅନୁଭବ ସ୍ମୃତି ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅଧିବେଶନ ଛୋଟ ହେଲେ ବି ଭାରତୀୟ ଗଣତନ୍ତ୍ର ପାଇଁ ଏକ ଐତିହାସିକ ଦିନ ହୋଇ ରହିବ। ପୁରୁଣା ସଂସଦ ଭବନ ବିଦେଶୀ ଶାସକ ନିର୍ମାଣ କରିଥିଲେ। ସ୍ୱାଧୀନତା ସଂଗ୍ରାମର ପ୍ରତୀକ ହୋଇ ରହିବ ପୁରୁଣା ସଂସଦ ଭବନ। ନୂଆ ସଂସଦ ଭବନ ଆମକୁ ଭବିଷ୍ୟତ ପାଇଁ ପ୍ରେରଣା ଦେବ। ଏଥିସହ ଚନ୍ଦ୍ରଯାନ ସଫଳତା ପାଇଁ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଜି-୨୦ ସଫଳତାକୁ କୌଣସି ବ୍ୟକ୍ତି କିମ୍ବା ଦଳନ ନୁହେଁ, ବରଂ ଦେଶର ୧୪୦ କୋଟି ଲୋକଙ୍କ ସଫଳତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅଧିବେଶନ ଆରମ୍ଭରେ ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା ସମୟରେ ଦେଶର ପ୍ରଥମ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ ଅବଦାନ ମୂଲ୍ୟବାନ ବୋଲି ମୋଦି କହିଛନ୍ତି। ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ସ୍ୱତନ୍ତ୍ର ଅଧିବେଶନ। ଆଜି ପୁରୁଣା ସଂସଦ ଭବନରେ ପ୍ରଥମ ଦିନର ଅଧିବେଶନ ବସିଛି। ଆସନ୍ତାକାଲି ଗଣେଶ ପୂଜାଠାରୁ ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……