ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚଭୂତରେ ବିଲୀନ ହେଲେ ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା । ନୂଆଦିଲ୍ଲୀର ଲୋଧି ରୋଡ଼ସ୍ଥିତ ଶ୍ମଶାନରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଆଦିତ୍ୟ ସିଂ ମେହେଟ୍ଟା ମା’ ଗୀତା ମେହେଟ୍ଟାଙ୍କୁ ମୁଖାଗ୍ନି ଦେଇଛନ୍ତି। ନିଜ ଏକମାତ୍ର ଭଉଣୀଙ୍କ ଶେଷ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଲୋଧି ରୋଡ଼ସ୍ଥିତ ଶ୍ମଶାନରେ ଉପସ୍ଥିତ ଥିଲେ। ଏହି ଅବସରରେ ନିକଟ ସମ୍ପର୍କୀୟଙ୍କ ସମେତ ସାଂସଦ ପିନାକ ମିଶ୍ର, ମାନସ ମଙ୍ଗରାଜ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..