Report Card Odisha

| Daily Odia News

ଜୁଲାଇ୧୬ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଘୋଷଣା କଲେ ରାଜ୍ୟ ସରକାର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଜାରି ରହିବ । ଆଜି ଜୁଲାଇ ଗାଇଡଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଜୁଲାଇ ସକାଳ ୫ଟାରୁ ୧୬ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ନାଇଟ କର୍ଫ୍ୟୁ ଜାରି ରହିବ। ରାଜ୍ୟର ୩୦ ଜିଲ୍ଲାକୁ ଦୁଇଟି କ୍ୟାଟେଗୋରୀ ଯଥା AଏବଂB ରେ ବିଭକ୍ତ କରାଯାଇଛି । କ୍ୟାଟେଗୋରୀ Aରେ ରହିଛି ୨୦ଟି ଜିଲ୍ଲା । ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା। ଏବେ ଏହି କ୍ୟାଟେଗୋରୀରେ ଆଉ ୩ ଜିଲ୍ଲା ସାମିଲ ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର। ଏହି କ୍ୟାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହି ଜିଲ୍ଲାଗୁଜିକରେ ସପ୍ତାହାନ୍ତ ସଟ୍ ଡାଉନ୍ ହେବନାଇଁହିଁ । ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ରହିଛି । ବସ୍ ଚଳାଚଳ ଏବଂ ଇନଡୋର ଆଉଟଡୋର୍ ସୁଟିଂକୁ ମଧ୍ୟ ଏହିସହୁ ଜିଲ୍ଲାରେ ଅନୁମତି ମିଳିଛି । ସପିଙ୍ଗ ମଲ୍‌, ପାର୍ଲର ଆଦି ପୂର୍ବଭଳି ବନ୍ଦ ରହିବ |

କ୍ୟାଟେଗୋରୀ B ରେ ୧୦ଟି ଜିଲ୍ଲା । ଏହି ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ । ଏହି କ୍ୟାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ | ଉଠା ଦୋକାନୀ ଦୋକାନ ଖୋଲିପାରିବେ, ଜିନିଷ ପାର୍ସଲ ଦେଇପାରିବେ। କ୍ୟାଟେଗୋରୀ Bରେରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ । ଏହିସବୁ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଏବେ ଅନୁମତି ନାହିଁ। ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ୍‌ ଦୋକାନ ଖୋଲି ପାରିବେ । ଆଉଟଡୋର ସୁଟିଂ ପାଇଁ ସରକାରଙ୍କ ଅନୁମତି ଆବଶ୍ୟକ । ସ୍ଥିତି ଦେଖି ଗ୍ରାଜୁଆଲି ଅନ୍‌ଲକ୍ ଆରମ୍ଭ କରାଯିବାକୁ ସରକାରଙ୍କ ନିଷ୍ପତ୍ତି ନେବେ। ସାରା ରାଜ୍ୟରେ ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ, ସିନେମା ହଲ୍‌, ଅପେରା, ରାଜନୈତିକ ସମାବେଶ ପୂର୍ବଭଳି ବନ୍ଦ ରହିବ |  ଭୋଜି ଦିଆ ଯିବନି; ଖାଦ୍ୟ ପାର୍ସଲ  ଦେଇପାରିବେ |

Breaking News