ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭୁବନେଶ୍ଵର ବିମାନବନ୍ଦରରେ ବାରମ୍ବାର ବିମାନ ବାତିଲକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ପ୍ରତିବାଦରେ ଗୁରୁବାର ୬୦ରୁ ଅଧିକ ଯାତ୍ରୀ ବିମାନବନ୍ଦର ପରିସରରେ ଧାରଣା ଦେଇଛନ୍ତି। ବିମାନ କମ୍ପାନୀର ମନମୁଖୀ କାର୍ଯ୍ୟକୁ ଯାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି। ସୂଚନା ଅନୁସାରେ, ଗତ ବୁଧବାର ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ଵରରୁ ଏକ ବିମାନ ହାଇଦ୍ରବାଦ ଉଡ଼ାଣ ଭରିବାର ଥିଲା। କିନ୍ତୁ କୌଣସି କାରଣରୁ ତାହାକୁ ବାତିଲ କରିଦିଆଯାଇଥିଲା। ଗୁରୁବାର ସକାଳ ୮ଟା ୪୫ରେ ହାଇଦ୍ରାବାଦ ଉଡ଼ାଣ ପାଇଁ ପୁନର୍ବାର ସମୟ ଧାର୍ଯ୍ୟ ହୋଇଥିଲା। ସେଥିଲାଗି ଟିକଟ କାଟିଥିବା ଯାତ୍ରୀମାନେ ବିମାନବନ୍ଦରରେ ଆସି ପହଞ୍ଚିଥିଲେ। କିନ୍ତୁ ପୁନର୍ବାର ବିମାନକୁ ବାତିଲ କରିଦିଆଯାଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ଯାତ୍ରୀମାନେ ଧାରଣା ଦେଇଛନ୍ତି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..