ରିପୋର୍ଟ କାର୍ଡ / ଗଜପତି
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରିପଦା ନିକଟସ୍ଥ ବୁଡା ଘାଟିରେ ଵିକ୍ରାନ୍ତା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବସ ଟି ଘାଟି ଓହ୍ଲାଇବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ପାଇ ନୂଆଗଡ ବ୍ଲକ ଖଜୁରିପଦା ଫାଣ୍ଡି ଓ ରାୟଗଡ ପୋଲିସ ଏବଂ ଅଗ୍ନିଶମ ବାହିନୀର ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଖଜୁରିପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତର ୪ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
More Stories
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..
ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି ଟ୍ରେନ୍…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..