Report Card Odisha

| Daily Odia News

ରୋଗୀର O+ ରକ୍ତ, ଦେଇଦେଲେ B+ ଚାଲିଗଲା ଜୀବନ……

close up blood bag in laboratory medical concept.

ରିପୋର୍ଟ କାର୍ଡ / ରାଉରକେଲା

ଭୁଲ୍ ରକ୍ତ ପାଇଁ ଚାଲିଗଲା ଜଣେ ରୋଗୀର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସରକାରୀ ଡାକ୍ତରଖାନାରେ । ସୁନ୍ଦରଗଡ ବୁଡାକଟା ଗାଁର ସରୋଜିନୀ କାକ ସିକିଲିଙ୍ଗ ରୋଗୀ । ସୂଚନାଯୋଗ୍ୟ ଯେ, ଗତ ରବିବାର ରାତିରେ ସୁନ୍ଦରଗଡ ବୁଡାକଟା ଗାଁର ସରୋଜିନୀ କାକ RGHରେ ଭର୍ତ୍ତି ହୋଇଥିଲେ । ତେବେ ରକ୍ତ ଆବଶ୍ୟକ ହେଲାରୁ ରକ୍ତ ଦିଆଗଲା । ହେଲେ ରୋଗୀଙ୍କୁ ଓ-ପଜିଟିଭ ରକ୍ତ ଦିଆଯିବା ପରିବର୍ତ୍ତେ ବି-ପଜିଟିଭ୍ ରକ୍ତ ଦିଆଯାଇଥିଲା । ଫଳରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବା ପରେ ରୋଗୀଙ୍କ ଭଉଣୀ ଡାକ୍ତର ଏବଂ ନର୍ସଙ୍କୁ ଜଣାଇଥିଲେ । ହେଲେ କେହି ତାଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ କି ଠିକ୍ ସେ ଚିକିତ୍ସ। କରିନଥିଲେ । ଫଳରେ ମହିଳାଙ୍କ ଜୀବନ ଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକେ ଡାକ୍ତର, ନର୍ସଙ୍କ ସହ ରକ୍ତ ନମୁନା ପୃଥକୀ କରଣ କରୁଥିବା କର୍ମଚାରୀଙ୍କୁ ଦାୟୀ କରିଛନ୍ତି । ଅନ୍ୟପଟେ ଏହାର ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ ଯାହାର ଭୁଲ୍ ଥିବ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି RGH ଡେପୁଟି ସୁପରିଟେଣ୍ଡେଣ୍ଟ କହିଛନ୍ତି ।

 

Breaking News