ରିପୋର୍ଟ କାର୍ଡ / ବିହାର
ଗଙ୍ଗା ନଦୀରେ ଥିବା ଏକ ଡଙ୍ଗାରେ ଗ୍ୟାସ ସିଲିଣ୍ଡର ଫାଟି ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଏଭଳି ଘଟଣା ଘଟିଛି ବିହାରର ରାଜଧାନୀ ପାଟନାରେ | ଘଟଣା ଘଟିବା ସମୟରେ ଡଙ୍ଗାରେ ପ୍ରାୟ ୨୦ ଜଣ ଲୋକ ଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କୁହାଯାଉଛି ଯେ, ଘଟଣା ଘଟିବା ସମୟରେ ବେଆଇନ ବାଲିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡଙ୍ଗା ମାଧ୍ୟମରେ ପରିବହନ କରାଯାଉଥିଲା। ଏହି ସମୟରେ, ବାଲି ପରିବହନରେ ନିୟୋଜିତ ଲୋକଙ୍କ ପାଇଁ ଡଙ୍ଗାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବା ବେଳେ ହଠାତ୍ ଗ୍ୟାସ୍ ଲିକ୍ ହେତୁ ସିଲିଣ୍ଡରଟି ଫାଟି ଯାଇଥିଲା। ହଠାତ ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହେବା ସହ ଡଙ୍ଗାରେ ଥିବା ଅନ୍ୟ ଲୋକମାନେ ପହଁରି କୂଳକୁ ଚାଲି ଆସିଥିଲେ। ବିସ୍ଫୋରଣ ପରେ ବି ଡଙ୍ଗାଟି ନବୁଡ଼ିବାରୁ ଲୋକେ କୂଳକୁ ଆସିପାରିଥିବା ଜଣାପଡ଼ିଛି। ଏବେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କେତେ ଲୋକ ଆହତ ହୋଇଛନ୍ତି ତାହା ଜଣାପଡ଼ିନାହିଁ। ତେବେ ବିହାରରେ ବିସ୍ଫୋରଣର ଏହା ହେଉଛି ଦ୍ୱିତୀୟ ପ୍ରମୁଖ ଘଟଣା। ଏହାପୂର୍ବରୁ ଜୁଲାଇ ୨୪ରେ ଛପ୍ରା ଜିଲ୍ଲାର ଖୋଦାଇବାଗ ଗ୍ରାମରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..