Report Card Odisha

| Daily Odia News

ବର୍ଦ୍ଧିତ ସଂରକ୍ଷଣ କୋଟା ରଦ୍ଦ କଲେ ହାଇକୋର୍ଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବର୍ଦ୍ଧିତ ସଂରକ୍ଷଣ କୋଟା କୁ ରଦ୍ଦ କରିଛନ୍ତି ପାଟନା ହାଇକୋର୍ଟ। ଜାତିଗତ ଜନଗଣନା ପରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନିଆଯାଇଥିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ବାତିଲ କରିଦେଇଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିହାରରେ କେବଳ ପୂର୍ବରୁ ସ୍ଥିର ହୋଇଥିବା ସଂରକ୍ଷଣ ସୀମା ପ୍ରଯୁଜ୍ୟ ରହିବ। ଜାତିଗତ ଜନଗଣନା ପରେ ରାଜ୍ୟରେ ସଂରକ୍ଷଣ ସୀମା ବୃଦ୍ଧି କରାଯାଇଥିଲା। ବିହାର ସରକାର ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ୫୦%ରୁ ୬୫%କୁ ବୃଦ୍ଧି କରିଥିଲେ। ତେବେ ଏହି ନିଷ୍ପତ୍ତିକୁ ବିରୋଧରେ କରି ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଆଜି ଏହି ଆବେଦନ ଉପରେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେଭି ଚନ୍ଦ୍ରନଙ୍କ ବେଞ୍ଚ ଶୁଣାଣି କରି ରାଜ୍ୟ ସରକାରଙ୍କ ବର୍ଦ୍ଧିତ ସଂରକ୍ଷଣ କୋଟା ନିଷ୍ପତ୍ତିକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପାଟନା ହାଇକୋର୍ଟ ଗୌରବ କୁମାର ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିଶନର ଶୁଣାଣି କରିଥିଲେ। ଶୁଣାଣି ପରେ ହାଇକୋର୍ଟ ଏହି ନିଷ୍ପତ୍ତି ୧୧ ମାର୍ଚ୍ଚ ୨୦୨୪ ପାଇଁ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ନିଜ ରାୟ ଶୁଣାଇଛନ୍ତି। ପାଟନ ହାଇକୋର୍ଟଙ୍କ କହିବା ଅନୁଯାୟୀ ସଂରକ୍ଷଣ ସୀମା ପୂର୍ବରୁ ହିଁ ନିର୍ଦ୍ଧାରିତ, ଏହାକୁ ବର୍ଦ୍ଧିତ କରାଯାଇପାରିବ ନାହିଁ। ଏହି ପ୍ରସଙ୍ଗ ସାମ୍ବିଧାନିକ, ତେଣୁ ଏହି ମାମଲା ଆଗକୁ ଶୁଣାଣି ହେବ। ଶୁଣାଣି ପରେ ହିଁ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେପଟେ ଶୁଣିବା ପରେ ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି ସ୍ୱୀକାର କରିଛନ୍ତି ଯେ ଏହି ନିଷ୍ପତ୍ତି ନିୟମ ବିରୁଦ୍ଧ ଅଟେ ବୋଲି ଆଡଭୋକେଟ୍ ଗୌରବ କହିଛନ୍ତି। ବିହାର ସରକାର ଏହି ମାମଲାରେ ସୁପ୍ରିମକୋର୍ଟକୁ ଯାଇପାରନ୍ତି ବୋଲି କୁହାଯାଉଛି।

Breaking News