Report Card Odisha

| Daily Odia News

ଜ୍ୟୋତି ମୌର୍ଯ୍ୟଙ୍କ ମାମଲାରେ ଆସିଲା ୩୨ ପୃଷ୍ଠାର ଡାଏରି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶରେ ଏସ୍‌ଡିଏମ୍‌ ଜ୍ୟୋତି ମୌର୍ଯ୍ୟଙ୍କ ବିରୋଧରେ ତାଙ୍କ ସଫେଇକର୍ମୀ ସ୍ବାମୀ ଆଲୋକ ଆଣିଥିବା ଅଭିଯୋଗକୁ ନେଇ ତଦନ୍ତ ଜୋର୍‌ ଧରିଛି। ତାଙ୍କ ବିରୋଧରେ ବେଆଇନ୍‌ ନେଣଦେଣ ଅଭିଯୋଗ ରହିଥିବା ବେଳେ ସେ ପ୍ରୟାଗରାଜ୍‌ ଯାଞ୍ଚ୍‌ କମିଟି ଆଲୋକ ଓ ଜ୍ୟୋତି ମୌର୍ଯ୍ୟଙ୍କ ବୟାନ ରୁଜୁ କରିବାକୁ ନୋଟିସ୍‌ ଜାରି କରିଛି। କମିଟି ସାକ୍ଷ୍ୟ ଗ୍ରହଣ ସହ ବୟାନ ରେକର୍ଡ ପାଇଁ ଆଲୋକଙ୍କୁ ଡକାଇଛି। ଜାଣିବାକୁ ମିଳିଛି ଯେ ପ୍ରଥମେ ଅଲଗା ଓ ପରେ ଦୁଇ ଜଣଙ୍କୁ ସାମ୍ନାସାମ୍ନି ବସାଇ ପଚାରାଉଚରା କରାଯିବ। ଯାଞ୍ଚ୍‌ କମିଟି ଜ୍ୟୋତି ମୌର୍ଯ୍ୟଙ୍କୁ ତାଙ୍କର ୬ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ର ତଥ୍ୟ ମାଗିଛି। ଆଲୋକ ଆଣିଥିବା ଅଭିଯୋଗରେ ୩୨ ପୃଷ୍ଠାର ଡାଏରି ସାମିଲ୍‌ ଅଛି। ଏହା ସହ କିଛି ଇଲେକ୍ଟ୍ରୋନିକ୍ସ ପ୍ରମାଣ ବି ଆଲୋକ ଯାଞ୍ଚ୍‌ କମିଟିକୁ ଦେଇଛନ୍ତି। ଜ୍ୟୋତିଙ୍କ ସ୍ବାମୀ ଆଲୋକ ଯେଉଁ ଡାଏରି ଦେଇଛନ୍ତି ସେଥିରେ ୩୩ କୋଟିରୁ ଅଧିକ ନେଣଦେଣ ହୋଇଥିବା ଉଲ୍ଲେଖ ଅଛି। ଯାଞ୍ଚ୍‌ କମିଟି ଲକ୍ଷ୍ନୌର କିଛି କାର୍ଯ୍ୟାଳୟରୁ ମଧ୍ୟ କାଗଜପତ୍ର ଯୋଗାଡ଼ କରିଛି। ୧୫ ଦିନ ଭିତରେ ଏହି ଯାଞ୍ଚ୍‌ ପୂରା ହେବ। ଟଙ୍କା ନେଣଦେଣରୁ ନେଇ ମନୀଷ ଦୁବେଙ୍କ ସହ ଜ୍ୟୋତିଙ୍କ ପରକୀୟା ପ୍ରୀତି ପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଅଭିଯୋଗ ଉପରେ ତଦନ୍ତ କରିବ କମିଟି। ତେବେ ପୂର୍ବରୁ ଅଭିଯୋଗ ହୋଇଥିଲା ଯେ ଜ୍ୟୋତି ମନୀଷଙ୍କୁ ବିବାହ କରି ସାରିଛନ୍ତି ବୋଲି। ବାସ୍ତବରେ ଜ୍ୟୋଜି, ମନୀଷଙ୍କୁ ବିବାହ କରିଛନ୍ତି କି ନାହିଁ ସେ ନେଇ ଆଗକୁ ଜେରା ହେବ।

Breaking News