ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହୁ ଚର୍ଚିତ ପେଗସସ୍ ଦୁର୍ନୀତି ମାମଲାର ନିଆଁ ଜଳୁଛି | ଆସନ୍ତା ଗୁରୁବାର ଦିନ ସୁପ୍ରିମ୍ କୋର୍ଟଙ୍କ ଦୁଇଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ପେଗସସ୍ ଦୁର୍ନୀତି ମାମଲାର ସ୍ବତନ୍ତ୍ର ତଦନ୍ତ ଦାବି କରି ଫାଇଲ୍ ହୋଇଥିବା ପିଟିସନ୍ଗୁଡ଼ିକର ଶୁଣାଣି କରିବେ। ଏହି ଇଜ୍ରଏଲୀୟ ସ୍ପାଇୱେର୍ରେ ଅନେକ ବିରୋଧୀ ନେତା, ସାମ୍ବାଦିକ ଏବଂ ଅନ୍ୟମାନେ ସଂଶ୍ଳୀଷ୍ଟ ବୋଲି ଅଭିଯୋଗ ହୋଇଆସୁଛି। ଏହି ସ୍ପାଇୱେର୍ ଲାଗି ଲାଇସେନ୍ସ୍ ପାଇଥିଲେ ନା, କୌଣସି ପ୍ରକାରର ସର୍ଭିଲେନ୍ସ୍ ରଖିବା ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଏହାକୁ ବ୍ୟବହାର କରିଛନ୍ତି | ତାହା ବ୍ୟକ୍ତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ପିଟିସନ୍ ଫାଇଲ୍ କରିଥିବା ସାମ୍ବାଦିକ ଏନ୍ ରାମ, ସିପିଏମ୍ ନେତା ଜନ୍ ବ୍ରିଟ୍ଟସ୍ ଏବଂ ଆଡ୍ଭୋକେଟ୍ ଏମ୍ଏଲ୍ ଶର୍ମା ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। Image Courtesy of NDTV ପିଟିସନର୍ମାନଙ୍କ କହିବା ଅନୁସାରେ, ‘ସିକ୍ୟୁରିଟି ଲ୍ୟାବ୍ ଅଫ୍ ଆମନେଷ୍ଟି ଇଣ୍ଟର୍ନ୍ୟାସ୍ନାଲ୍’ ତାଲିକାଭୁକ୍ତ ସମ୍ଭାବ୍ୟ ଟାର୍ଗେଟ୍ରେ ଥିବା କେତେକ ବ୍ୟକ୍ତିବିଶେଷଙ୍କର କେତେଗୁଡ଼ିଏ ମୋବାଇଲ୍ ଫୋନ୍ର ‘ନିରାପତ୍ତା ଉଲ୍ଲଂଘନ’ ହୋଇଥିବା କଥା ଫୋରେନ୍ସିକ୍ ବିଶ୍ଳେଷଣରୁ ଜଣାପଡ଼ିଛି। ଏହା ସ୍ପାଇୱେର୍ ଏବଂ ଫୋନ୍ ହ୍ୟାକ୍ କରିବାକୁ ବ୍ୟବହାର କରାଯାଏ ବୋଲି ‘ପେଗସସ୍’ର ମାଲିକ ‘ଏନ୍ଏସ୍ଓ ଗ୍ରୁପ୍’ ସ୍ବୀକାର କରିଥିଲେ ବି, ସେମାନେ କେବଳ ସରକାର ଏବଂ ସରକାରୀ ଏଜେନ୍ସିଙ୍କ ସହ ବ୍ୟବସାୟ କରନ୍ତି ବୋଲି କହିଛନ୍ତି। ସେହିପରି ଭାରତ ସରକାର ମଧ୍ୟ କହିଛନ୍ତି ଯେ, ବିରୋଧୀ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କ ବିରୋଧରେ ପେଗସସ୍ ବ୍ୟବହୃତ ହୋଇଛି ବୋଲି ପ୍ରକାଶିତ ରିପୋର୍ଟର କୌଣସି ପ୍ରମାନ ନାହିଁ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..