Report Card Odisha

| Daily Odia News

ପେଗାସସ୍‌ ମାମଲାର ଯାଞ୍ଚ କରିବ ବିଶେଷଜ୍ଞ କମିଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଶେଷଜ୍ଞ କମିଟି ଦ୍ୱାରା ପେଗାସସ୍ ଗୁଇନ୍ଦାଗିରି ମାମଲାର ଯାଞ୍ଚ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଜି ପେଗାସସ୍ ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୂଣାଇଛନ୍ତି। କୋର୍ଟ କଡା ମନ୍ତବ୍ୟ ଦେଇଥିବା ବେଳେ ଏହା ମଧ୍ୟ କହିଛନ୍ତି ଯେ କୌଣସି ମୂଲ୍ୟରେ ଲୋକଙ୍କ ଗୁଇନ୍ଦାଗିରି କାର୍ଯ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି ଏବଂ ଏହାର ତଦନ୍ତ ପାଇଁ ଆଠ ସପ୍ତାହ ସମୟ ଦେଇଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ୧୩ରେ ପ୍ରଧାନ ବିଚାରପତି ଏନ.ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ଖଣ୍ଡପୀଠ ଏହି ମାମଲାରେ ନିଜର ରାୟ ସଂରକ୍ଷିତ କରି କହିଥିଲେ ଯେ ସାଧାରଣ ନାଗରିକଙ୍କ ଗୁଇନ୍ଦାଗିରି ଅଭିଯୋଗରେ କେନ୍ଦ୍ର ପେଗାସକୁ ବେଆଇନ ଭାବେ ବ୍ୟବହାର କରିଛି କି ନାହିଁ ତାହା ଜାଣିବାକୁ ଚାହୁଁଛି। ବେଞ୍ଚ ଏହା ଉପରେ ଦୃଷ୍ଟି ରଖିବା ପାଇଁ ଏହା ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିବ।

 

Breaking News