ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଦଳିପାରେ ଇପିଏଫଓ ପେନସନ୍ ସ୍କିମର ନିୟମ । ମାସିକ ୧ ହଜାର ପରିବର୍ତ୍ତେ ମିଳିପାରେ ୯ ହଜାର ଟଙ୍କା । ଦୀର୍ଘ ଦିନ ଧରି ଏନେଇ ଆଲୋଚନା ଚାଲିଥିବା ବେଳେ, ଇପିଏଫଓ ଏହା ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି । ସୂଚନାଅନୁସାରେ ଶ୍ରମ ମନ୍ତ୍ରାଳୟ ଆସନ୍ତା ଫେବ୍ରୁଆରୀରେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ । ଯାହା ଦ୍ୱାରା ମାସିକ ଅର୍ଥରାଶି ୧ ହଜାରରୁ ୯ ହଜାର ଟଙ୍କା ବୃଦ୍ଧି ପାଇବାକୁ ସମ୍ଭାବନା ରହିଛି । ତାହା ସହ ଏହି ବୈଠକରେ ନୂତନ ବେତନ ସଂକେତ କାର୍ଯ୍ୟକାରୀ ହେବା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ପୂର୍ବରୁ ମାର୍ଚ୍ଚ ୨୦୨୧ ରେ ସଂସଦର ସ୍ଥାୟୀ କମିଟି ଏହି ପ୍ରସଙ୍ଗ ଉଠାଇଥିଲା । କମିଟି ସର୍ବନିମ୍ନ ପେନସନ୍ ରାଶି ୧୦୦୦ ରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲା। ହେଲେ ପେନସନଭୋଗୀମାନେ ଏହାକୁ ବହୁତ କମ୍ ରାଶି କହିବା ସହ ୯୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ । ତେବେ ଏନେଇ ଶ୍ରମ ମନ୍ତ୍ରାଳୟ ଫେବ୍ରୁଆରୀରେ କିଛି ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..