ରିପୋର୍ଟ କାର୍ଡ / କଲାହାଣ୍ଡି
ଗାଁ ସାଥୀଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଲାହାଣ୍ଡି ଜିଲ୍ଲା ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସଂଜୟ ନାୟକ। ପୋଲିସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। କାଗଜପତ୍ର କାମ ପାଇଁ ଗାଁ ସାଥୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂଜୟ। ଏନେଇ ଗାଁ ସାଥୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ସଂଜୟ ଆଜି ସକାଳେ ଜଳେଶ୍ଵର ମନ୍ଦିର ପଡା ନିଜ ବାସଭବନରେ ଲାଞ୍ଚ ଟଙ୍କା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଭିଜିଲାନ୍ସ ସଂଜୟଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଟକ ରଖି ପଚରାଉଚରା କରୁଛି।






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..