ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୀତ ଆରମ୍ଭ ହେବାମାତ୍ରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁଖ୍ୟ ସମସ୍ୟା ଦେଖା ଦେଇଥାଏ | ଆଉ ବାୟୁ ପ୍ରଦୂଷଣକୁ ନେଇ ଏଥର ଦିଲ୍ଲୀ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନିରନ୍ତର ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି | ଏହି ପର୍ଯ୍ୟାୟରେ, ବର୍ତ୍ତମାନ ଦିଲ୍ଲୀ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପ୍ରଦୂଷଣ ପ୍ରମାଣପତ୍ର ବା ପଲ୍ୟୁସନ ସାର୍ଟିଫିକେଟ ବିନା ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମିଳିପାରିବ ନାହିଁ | ବାସ୍ତବରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏହି ନୂଆ ଘୋଷଣା କରିଛନ୍ତି। ଏହା ଅଧୀନରେ, ଯଦି ଆପଣଙ୍କର ଗାଡିର ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ନାହିଁ, ତେବେ ଆପଣଙ୍କୁ ତେଲ ଟାଙ୍କିରେ ପେଟ୍ରୋଲ ବା ଡିଜେଲ ମିଳିବ ନାହିଁ | ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ଅକ୍ଟୋବର ୨୫ରୁ କାର୍ଯ୍ୟକାରୀ ହେବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇ କହିଛନ୍ତି ଯେ ପ୍ରଦୂଷଣ ରୋକିବା ପାଇଁ ଜିଆରଏପିକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ । ଏହା ସହିତ ପ୍ରଦୂଷଣ ରୋକିବା ପାଇଁ ଅକ୍ଟୋବର ୬ ରୁ ଦିଲ୍ଲୀ ସରକାର ମଧ୍ୟ ଧୂଳି ଦ୍ୱାରା ହେଉଥିବା ପ୍ରଦୂଷଣ ବିରୋଧରେ ଅଭିଯାନ ଆରମ୍ଭ କରିବେ। ସେ କହିଛନ୍ତି ଯେ ବର୍ତ୍ତମାନ ଯୁଗ୍ମ-ଅଯୁଗ୍ମ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇ ନାହିଁ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..