Report Card Odisha

| Daily Odia News

୧୦୦ ଟପିବ ଡିଜେଲ ଦର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାମାରୀ ସଙ୍କଟ ମଧ୍ୟରେ ପୁଣି ଥରେ ବୃଦ୍ଧି ପାଇଲା ତେଲ ଦର । ପେଟ୍ରୋଲ ପରେ ଏବେ ଡିଜେଲ ଲିଟର ପିଛା ମୂଲ୍ୟ ୧୦୦ ଟପିବ । ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପୁନର୍ବାର ଶୁକ୍ରବାର ବୃଦ୍ଧି ଘଟିଛି । ମଇ ୪ ତାରିଖ ପରବର୍ତ୍ତୀ ସମୟରେ ଏହାକୁ ମିଶାଇ ୧୮ଥର ମୂଲ୍ୟ ବୃଦ୍ଧି ଘଟିଲାଣି। ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୨୭ ପଇସା ଏବଂ ଡିଜେଲ ଲିଟର ୨୮ ପଇସା ବୃଦ୍ଧି କରାଯାଇଛି। ଏହାଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ଟ୯୪.୭୬ ଏବଂ ଡିଜେଲ ଲିଟର ଟ୮୫.୬୬ରେ ପହଞ୍ଚିଛି। ଚଳିତ ବର୍ଷ ମଇ ୪ ତାରିଖ ପରବର୍ତ୍ତୀ ସମୟରେ ପେଟ୍ରୋଲ ଲିଟର ମୂଲ୍ୟ ଟ୪.୩୬ ଏବଂ ଡିଜେଲ ଲିଟର ଟ୪.୯୩ ବୃଦ୍ଧି ପାଇସାରିଲାଣି। ମୁମ୍ବଇରେ ପେଟ୍ରୋଲ ଲିଟର ଟ୧୦୦.୯୮ରେ ପହଞ୍ଚିଥିବାବେଳେ ଡିଜେଲ ମୂଲ୍ୟ ଟ୯୨.୯୯ ହୋଇଛି।

Breaking News