ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପୁଣି ଦେଶର ବିଭିନ୍ନ ସ୍ଥାନରେ ତୈଳ ଦର ୮୦ ପଇସାରୁ ଊର୍ଦ୍ଧ୍ଵ ବୃଦ୍ଧି ପାଇଛି । ଲଗାତର ୧୫ ଦିନରେ ୧୩ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୪.୬୧ ପଇସା ରହିଛି । ଡିଜେଲ ମଧ୍ୟ ୮୦ ପଇସା ବଢ଼ି ୯୫. ୮୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ମଧ୍ୟ ଆଜି ପେଟ୍ରୋଲ ଲିଟର ପ୍ରତି ୮୪ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି କରାଯାଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୧୯ ଟଙ୍କା ୬୭ ପଇସା ରହିଥିବା ବେଳେ ଡିଜେଲ ୧୦୩ଟଙ୍କା ୯୨ ପଇସା ରହିଛି । ଗତକାଲି ମଧ୍ୟ ଦେଶରେ ତୈଳ ଦର ବୃଦ୍ଧି ପାଇଥିଲା । ଦେଶର ବିଭିନ୍ନ ସ୍ଥାନରେ ୪୦ରୁ ୮୪ ପଇସା ଯାଏଁ ତୈଳ ଦର ବୃଦ୍ଧି କରିଥିଲା ତୈଳ କମ୍ପାନୀ । ବାରମ୍ବାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା କାରଣରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଗତକାଲି ମଧ୍ୟ ୪୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..