Report Card Odisha

| Daily Odia News

ଦୁଇ ଦିନ ପେଟ୍ରୋଲ ପମ୍ପ ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ | ଧର୍ମଘଟକୁ ଓହ୍ଲାଇବ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍। ଆଜି ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବାକୁ ଥିବା ବେଳେ ଆସନ୍ତାକାଲି ମଧ୍ୟ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସରକାର ଟାକ୍ସ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି। ଏଥିପାଇଁ ତୈଳ କମ୍ପାନୀମାନଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଦୁଇ ଦିନ ଧରି ତୈଳ କମ୍ପାନୀମାନଙ୍କ ଠାରୁ କୌଣସି ପ୍ରଡକ୍ଟ କିଣା ହେବ ନାହିଁ । ଦାବିପୂରଣ ନ ହେଲେ ଆଗାମୀ ଦିନରେ ତୈଳ କମ୍ପାନୀ ବିରୋଧରେ ଆଇନର ସହାୟତା ନିଆଯିବ ବୋଲି ଚେତାବନୀ ଦେଇଛି ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍।

Breaking News