Report Card Odisha

| Daily Odia News

ପୁଣି ମୁହାଁମୁହିଁ ମମତା ଏବଂ ଜଗଦୀପ……

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ରାଜନୈତିକ କନ୍ଦଳ ଥମିବାର ନାଁ ନେଉନାହିଁ । ବିବାଦ ମଧ୍ୟରେ ଗୁରୁବାର ପଶ୍ଚିମବଙ୍ଗ କ୍ୟାବିନେଟ୍ ଏକ ବଡ଼ ନିଷ୍କତ୍ତି ନେଇଛି। ନିଷ୍ପତ୍ତି ଅନୁସାରେ ଏଣିକି ରାଜ୍ୟ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ହେବ। ଏନେଇ ଘୋଷଣା କରିଛନ୍ତି ରାଜ୍ୟସରକାର। ଏ ସମ୍ପର୍କିତ ବିଲ ଖୁବଶୀଘ୍ର ବିଧାନସଭାରେ ଆଗତ ହେବ। ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଅର୍ଥାତ ମମତା ବାନାର୍ଜୀ କୁଳାଧିପତି ପଦବୀରେ ରହିବେ। ଗତକାଲି ରାଜ୍ୟ କ୍ୟାବିନେଟରେ ପାରିତ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ବେଙ୍ଗଲ ଶିକ୍ଷାମନ୍ତ୍ରୀ ବ୍ରତୟା ବାଶୁ ଏହି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଏକାଧିକ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକହରଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି। ପୂର୍ବରୁ ରାଜଭବନର ବିନା ସମ୍ମତିରେ ରାଜ୍ୟସକାର କେତେକ ରାଜ୍ୟ ପରିଚାଳିତ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଥିବା ରାଜ୍ୟପାଳ ଅଭିଯୋଗ ଆଣିଥିଲେ।

Breaking News