ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି | ଏଥିରୁ ବର୍ତ୍ତିବା ପାଇଁ ସମସ୍ତେ ଟିକା ନେବା ଏକାନ୍ତ ଆବଶ୍ୟକ | ୧୨ ରୁ ୧୫ ବର୍ଷ ପିଲାଙ୍କ ପାଇଁ ଫାଇଜର ଟିକା ବ୍ୟବହାରକୁ ମଞ୍ଜୁରୀ ମିଳିଥିବା ନେଇ ସୂଚନା ମିଳିଛି | ଏହାକୁ ନେଇ ବ୍ରିଟେନର ନିୟାମକ ସଂସ୍ଥା କହିଛି ଯେ ଆମେ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟର ଯତ୍ନର ସହ ସମୀକ୍ଷା କରିଛୁ | ସିଦ୍ଧାନ୍ତ ନେଇଛୁ ଯେ ଫାଇଜର ଟିକା ଏହି ବର୍ଗର ପିଲାଙ୍କ ଲାଗି ନିରାପଦ ଏବଂ ପ୍ରଭାବଶାଳୀ ହେବ । ବ୍ରିଟେନର ଔଷଧ ନିୟାମକ ଶୁକ୍ରବାର ଦିନ କହିଛନ୍ତି ଯେ ଏହା ଫାଇଜର ଏବଂ ବାୟୋନ୍ଟେକ୍ ଦ୍ବାରା ବିକଶିତ କରୋନା ଟିକାକୁ ୧୨ରୁ ୧୫ ବୟସ ପିଲାଙ୍କ ଉପରେ ବ୍ୟବହାର ଲାଗି ମଞ୍ଜୁରୀ ମିଳିଛି।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..