ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୨୦୨୨-୨୩ ଶିକ୍ଷା ବର୍ଷରୁ ପିଜି ପାଠ୍ୟକ୍ରମ ଆରମ୍ଭ ହେବ | ପ୍ରଥମ ପର୍ଯ୍ୟାୟରେ ଜେନେରାଲ ସର୍ଜରୀ ବିଭାଗରେ ୫ଟି ପିଜି ସିଟରେ ନାମ ଲେଖାଇବାକୁ ଜାତୀୟ ମେଡିକାଲ କମିଶନଙ୍କ ମେଡିକାଲ ଆସେସମେଂଟ ଆଣ୍ଡ ରେଟିଂ ବୋର୍ଡ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ‘ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ’ ଭାବେ ବିକଶିତ କରି ୨୦୨୨-୨୩ ଶିକ୍ଷା ବର୍ଷରୁ ୧୫ଟି ବିଭାଗର ପିଜି ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିଲେ । ଜାତୀୟ ମେଡିକାଲ କମିଶନଙ୍କ ଏମଏଆରବି ଦ୍ୱାରା ଆଜି କ୍ୟାପିଟାଲ ହସ୍ପିଟାଲସ୍ଥିତ ପିଜିଏମଇଆର ପ୍ରିନ୍ସିପାଲଙ୍କୁ ଚିଠି ଲେଖାଯାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ଏହି ପିଜିଏମଇଆରରେ ୨୦୨୨-୨୩ ଶିକ୍ଷା ବର୍ଷରୁ ଜେନେରାଲ ସର୍ଜରୀ ବିଭାଗରେ ୫ଟି ସିଟରେ ପାଠପଢ଼ା ଆରମ୍ଭ ନିମନ୍ତେ ଅନୁମତି ଦିଆଯାଇଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..