ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିପିଲିରେ ପୁଣି ବାଜି ମାରିଲା ବିଜେଡି। ବାପା ପ୍ରଦୀପ ମହାରଥୀଙ୍କ ଗଡ ପିପିଲି ନିର୍ବାଚନ ମଣ୍ଡଳୀକୁ ବଜାୟ ରଖିଲେ ପୁଅ ରୁଦ୍ର ପ୍ରତାପ ମହାରଥୀ । ପିପିଲି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦, ୬୦୭ ହଜାର ଭୋଟ୍ରେ୨ ଜିତିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଏକ ବଡ଼ ବ୍ୟବଧାନରେ ହରାଇଛନ୍ତି ରୁଦ୍ର ମହାରଥୀ । କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ର ନିଜର ଅମାନତ ହରାଇଛନ୍ତି। ପିପିଲିରେ ବିଜେଡି ସମର୍ଥକଙ୍କ ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଛି। ପିପିଲି ଉପନିର୍ବାଚନର ଭୋଟ ଗଣତି ସରିଛି। ମୋଟ୍ ୨୫ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୯୬,୩୫୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୫୭୭୦ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ରୁଦ୍ର ଆଶ୍ରିତଙ୍କୁ ୨୦, ୬୦୭ ଭୋଟ୍ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ରଙ୍କ ମାତ୍ର ୪୨୩୭ ଖଣ୍ଡ ଭୋଟ୍ ମିଳିଛି ।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..