ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ କାବୁଲ ସ୍ଥିତ ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କାବୁଲରେ ରହିଥିବା ଇଦ ଗାହ ମସଜିଦରେ ରବିବାର ଏହି ବିସ୍ଫୋରଣ ଘଟିଥିଲା । ତାଲିବାନୀ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଟ୍ୱିଟ କରି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଫଗାନିସ୍ତାନର ଅନ୍ତରୀଣ ମନ୍ତ୍ରୀ କ୍ୱାରି ସୟେଦ କୋସ୍ତି ମଧ୍ୟ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଗତ ସପ୍ତାହରେ ମଧ୍ୟ ଏକ ସମାନ ଢଙ୍ଗର ଆକ୍ରମଣରେ ୫ ଜଣଙ୍କ ପ୍ରାଣହାନି ଘଟିଥିଲା । ତାଲିବାନୀ ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ ମା’ଙ୍କ ପାଇଁ ଅନୁଷ୍ଠିତ ଶୋକସଭାରେ ଏହି ଆକ୍ରମଣ ଘଟିଥିଲା । ମୁଜାହିଦ କହିଛନ୍ତି ପ୍ରଥମେ ଏକ ବିସ୍ଫୋରଣ ଘଟିବା ପରେ ଗୁଳି ଚାଳନାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି ।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..