Report Card Odisha

| Daily Odia News

ବିମାନ ଦୁର୍ଘଟଣାରେ ୬୨ ମୃତ….

ରିପୋର୍ଟ କାର୍ଡ /ନୂଆଦିଲ୍ଲୀ

ବ୍ରାଜିଲର ସାଓ ପାଓଲୋ ପ୍ରଦେଶରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬୨ ଜଣଙ୍କର ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି। ଭୋଓପାସ୍ ଲିନହାସ ଏୟାରସ୍ ଦ୍ଵାରା ପରିଚାଳିତ ଏଟିଆରି-୭୨ ବିମାନ କାସକାଭେଲରୁ ସାଓ ପାଓଲୋ ପ୍ରଦେଶର ଗୁଆରୁଲହୋସ୍ ଅଭିମୁଖେ ଉଡାଣ କରିଥିଲା। ତେବେ ଯାନ୍ତ୍ରିକ ତ୍ରୃଟି ଯୋଗୁଁ ବିମାନଟି ସାଓ ପାଓଲୋ ପ୍ରଦେଶରେ ତଳେ ଖସି ପଡି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସାଓ ପୈଲେ ରାଜ୍ୟ ଅଗ୍ନିଶମ ବିମାନ ଦୁର୍ଘଟଣା ହେବା ନେଇ ସ୍ପଷ୍ଟ କରିଛି। ମାତ୍ର ବିମାନ ଯାତ୍ରୀ ଓ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇନଥିବା ଜଣାପଡିଛି। ବିମାନ ଦୁର୍ଘଟଣା ହେବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରି ହୋଇଛି। ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ଦେଶବାସୀଙ୍କୁ କହିଛନ୍ତି।

Breaking News