ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାଜାଖସ୍ତାନରେ ଅକତାଉ ସହରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି | ଫଳରେ ୪୨ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ପାଇଲଟ ଜରୁରୀ ଅବତରଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ଅବତରଣ ପୂର୍ବରୁ ବିମାନଟି ରନଓ୍ବେରେ ଖସିପଡ଼ିଥିଲା। ଏହା ପରେ ସେଥିରେ ନିଆଁ ଲାଗିଯାଇଥିଲା। ବିମାନରେ ୬୨ ଯାତ୍ରୀ ଏବଂ ୫ କର୍ମଚାରୀଙ୍କୁ ମିଶାଇ ମୋଟ ୬୭ ଜଣ ଥିଲେ। ଆଜରବାଇଜାନ ଏୟାରଲାଇନ୍ସର ଏହି ବିମାନଟି ବକୁରୁ ରୁଷର ଗ୍ରୋଜନୀ ସହରକୁ ଉଡ଼ାଣ କରୁଥିଲା। ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ କାଜାଖସ୍ତାନର ଅକତାଉ ସହରରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଅନୁମତି ପରେ ପରେ ପାଇଲଟ ବିମାନକୁ ଅବତରଣ କରାଇବାକୁ ଉଦ୍ୟମ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ୬୭ ଜଣଙ୍କ ମଧ୍ୟରୁ ୪୨ ଜଣ ପ୍ରାଣ ହରାଇଥିବାବେଳେ ୨୫ ଜଣ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।






More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..