Report Card Odisha

| Daily Odia News

ଡାଉନଲୋଡ଼ କରନ୍ତୁ ନାହିଁ ଏହି ୩ଟି ଆପ୍‌, ଆକାଉଣ୍ଟ ହୋଇଯିବ ସଫା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭୁବନେଶ୍ୱରରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଫ୍ରଡ୍ ଅଧିକ ହୋଇଛି । ତେଣୁ କାହା କଥାରେ ପଡ଼ି ହଠାତ୍‌ କୌଣସି ମୋବାଇଲ୍‌ ଆପ୍‌ ଡାଉନଲୋଡ଼ କରନ୍ତୁ ନାହିଁ। ଯେକୌଣସି ଆପ୍‌ ଡାଉନ୍‌ ଲୋଡ କରିବା ପୂର୍ବରୁ ସତର୍କ ରୁହନ୍ତୁ ବୋଲି ସୂଚାଇ ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସୂଚନାଯୋଗ୍ୟ, ରାଜ୍ୟରେ ବଢୁଛି ସାଇବର୍ ଠକେଇ । ବର୍ଷ ଆରମ୍ଭରୁ ରାଜଧାନୀରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଫ୍ରଡ୍ ଅଧିକ ହୋଇଛି । ଗୁଗୁଲ ପେ, ଫୋନ ପେ, ପେଟିଏମ୍ ଭଳି ମୋବାଇଲ ପେମେଣ୍ଟ ମାଧ୍ୟମରେ ଲୋକେ ସାଇବର ଫ୍ରଡର ଶିକାର ବେଶି ହେଇଥିବା ଜାନୁଆରୀ ମାସ ତଥ୍ୟରୁ ଜଣାପଡୁଥିବା। ସେ କହିଛନ୍ତି କି ଗତ ବର୍ଷ ସାଇବର ଲୁଟେରା ଭୁବନେଶ୍ୱରରୁ କେବଳ ୮ କୋଟି ଟଙ୍କାର ଚୁନ ଲଗାଇଥିବା ବେଳେ ଏଥର ବି ବର୍ଷ ଆରମ୍ଭରୁ ଫୁଲ୍‌ ଆକ୍ଟିଭ ଅଛନ୍ତି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ପ୍ରାୟ ୧୦୦ରୁ ଅଧିକ ଠକେଇ ୟୁପିଆଇ ଫ୍ରଡ୍ ଜନିତ ବୋଲି ତଥ୍ୟ କହୁଛି । ତେବେ ସାଇବର ଲୁଟେରା ମୁଖ୍ୟତ ଲୁଟ୍ ପୂର୍ବରୁ ତିନୋଟି ଆପ୍ ଡାଉନ ଲୋଡ କରିବାକୁ ପରାମର୍ଶ ଦେଉଛନ୍ତି। ତେଣୁ କାହା କଥାରେ ପଡି ଏନି ଡେସ୍କ, କୁଇକ୍ ସପୋର୍ଟ, ଟିମ୍ ଭ୍ୟୁଅର ଭଳି ଅଜଣା ଆପ୍ ଡାଉନଲୋଡ କରନ୍ତୁ ନାହଁ। ଏହାକୁ ଡାଉନଲୋଡ କଲେ ଅପର ପାର୍ଶ୍ୱରେ ଥିବା ବ୍ୟକ୍ତି ଆପଣଙ୍କ ମେସେଜ ଦେଖିପାରିବ ଏବଂ OTP ଆସେସ କରିପାରିବ । ତେଣୁ ଯେକୌଣସି ଆପ୍‌ ଡାଉନ୍‌ ଲୋଡ କରିବା ପୂର୍ବରୁ ସତର୍କ ରୁହନ୍ତୁ।

Breaking News