ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା। କଳାରେ ୨ଲକ୍ଷ ୧୯ହଜାର ୧୧୦ ଏବଂ ବାଣିଜ୍ୟରେ ୨୩,୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି। ଦିନ୧୦ଟା ରେ ଆରମ୍ଭ ହେବ ପରୀକ୍ଷା। ସକାଳ ୯ଟା ରେ କେନ୍ଦ୍ର କୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ଆଡମିଟ୍ କାର୍ଡ, ବ୍ଲାକ୍ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କୌଣସି ସାମଗ୍ରୀ ପରୀକ୍ଷା ହଲକୁ ନିଆଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ରହିଛି। ତେବେ ଗତକାଲି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ୍ ହେବାର ଅଭିଯୋଗ ହୋଇଥିଲା।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..