ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୩ ମାର୍ଚ୍ଚ ମାସରେ ହେବ ଯୁକ୍ତ ୨ ପରୀକ୍ଷା। ତା’ ପୂର୍ବରୁ ଜାନୁଆରି ଶେଷ କିମ୍ବା ଫେବ୍ରୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୁଇ ବର୍ଷ ହେଲା କୋଭିଡ୍ ସଂକ୍ରମଣ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ପରୀକ୍ଷା ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ଏଥର ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବ | ପାଖାପାଖି ୩ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବାକୁ ଥିବାରୁ ଖୁବ୍ଶୀଘ୍ର ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି। ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ପ୍ରକ୍ରିୟା ଏକା ସମୟରେ ଅନୁଷ୍ଠିତ ହେବ। ବିନା ଜରିମାନାରେ ଯେଉଁମାନେ ଫର୍ମ ପୂରଣ କରି ନ ପାରିବେ, ସେମାନଙ୍କୁ ଦୁଇଟି ସୁଯୋଗ ଦିଆଯିବ। ନଭେମ୍ବର ୧୫ସୁଦ୍ଧା ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ପରୀକ୍ଷା ପରିଚାଳନା ଲାଗି ନିୟୋଜିତ ହେବାକୁ ଥିବା ଅଧ୍ୟାପକ ତଥା ପରୀକ୍ଷକଙ୍କ ତାଲିକା ପ୍ରସ୍ତୁତ କରୁଛି ସିଏଚ୍ଏସ୍ଇ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜଗୁଡ଼ିକରେ କେତେ ସଂଖ୍ୟକ ଅଧ୍ୟାପକ ରହିଛନ୍ତି, ତାହାର ତାଲିକା ଅକ୍ଟୋବର ୧୯ରୁ ନଭେମ୍ବର ୭ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ଫର୍ମାଟ୍ରେ ଅଧ୍ୟାପକଙ୍କ ସ୍ଥିତି ସମ୍ପର୍କରେ ଅଧ୍ୟକ୍ଷମାନେ ତଥ୍ୟ ପ୍ରଦାନ କରିବେ, ତାହା ସାମ୍ସ ପୋର୍ଟାଲରେ ଉଲ୍ଲେଖ ହୋଇଛି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..