ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧ ହଜାର ୭୯୭ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ତା’ ପରେ ବି ୨୦୨୦-୨୧ ଶିକ୍ଷାବର୍ଷରେ ନାମ ପଞ୍ଜୀକରଣ କରିଥିବା କିଛି ରେଗୁଲାର୍ ଛାତ୍ରଛାତ୍ରୀ ଓ ଯୋଗ୍ୟ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିନାହାନ୍ତି। ଏ ସଂପର୍କରେ ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ଫର୍ମ ପୂରଣର ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତ ଫର୍ମ ପୂରଣ କରିନାହାନ୍ତି, ସେମାନେ ଜାନୁଆରି ୧୮ସୁଦ୍ଧା ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଗୁଲାର୍, ଏକ୍ସ-ରେଗୁଲାର୍, କରେସ୍ପଣ୍ଡେନ୍ସ ପାଠ୍ୟକ୍ରମର ଛାତ୍ରଛାତ୍ରୀ ୧୧ରୁ ୧୮ ତାରିଖ ମଧ୍ୟରେ ଏହି ସୁବିଧା ନେଇପାରିବେ। ଏହା ପରେ ପରିଷଦ ପକ୍ଷରୁ ଆଉ ସମୟସୀମାକୁ ବୃଦ୍ଧି କରାଯିବ ନାହିଁ ବୋଲି ପରିଷଦ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……