ରିପୋର୍ଟ କାର୍ଡ / ଭୁବନେଶ୍ଵର
ପରୀକ୍ଷା ବାତିଲ ଦାବି କରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ । କହୁଛନ୍ତି କି ପରୀକ୍ଷାକୁ ଡ଼ର ନାହିଁ, କୋର୍ସକୁ ଡର ଲାଗୁଛି। ଦୁଇ ବର୍ଷ ହେଲା କଲେଜ ବନ୍ଦ ରହିଛି। ଏବେ କହୁଛନ୍ତି ପରୀକ୍ଷା ହେବ। ଏପରି ସ୍ଥିତିରେ ଆମେ କେମିତି ପରୀକ୍ଷା ଦେବୁ | ଆଜି ଛାତ୍ରଛାତ୍ରୀମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସରକାରୀ ବାସ ଭବନ ଘେରାଉ କରିବାକୁ ଯାଉଥିବା ବେଳେ ଅଧା ରାସ୍ତାରେ ପୋଲିସ ଅଟକାଇଥିଲା। ପରେ ଛାତ୍ରଛାତ୍ରୀ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଧାରଣାରେ ବସି ନିଜ ଦାବି ପୂରଣ କରିବାକୁ ଅଡ଼ି ବସି ଥିଲେ।।ମହାମାରୀ କରୋନା କାଳରେ ପାଠପଢ଼ା ସଂପୂର୍ଣ୍ଣ ହୋଇନଥିବାରୁ ପରୀକ୍ଷା ବାତିଲ କରିବାକୁ ପିଲାମାନେ ଦାବି କରିଛନ୍ତି। ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, କରୋନା କଟକଣା ପାଇଁ ପାଠପଢ଼ା ଠିକରେ ହୋଇପାରିନାହିଁ। ସିଲାବସ୍ ମଧ୍ୟ ସରିନାହିଁ। ଏଭଳି ସ୍ଥିତିରେ ପରୀକ୍ଷା କିପରି କରାଯିବ ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି। ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରୁଥିବାବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ଆଜି ଶତାଧିକ ଛାତ୍ର ଏକାଠି ହୋଇ ବିକ୍ଷୋଭ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭକୁ ଛାତ୍ର କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣେ ଛାତ୍ର କହିଛନ୍ତ, “ଆମେ ଡ୍ରାମା କରୁଛୁ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହୁଛନ୍ତି। ସରକାର ଆମ ଜୀବନ ଓ ଭବିଷ୍ୟତ ସହ ଖେଳୁଛନ୍ତି। ଆମକୁ କ୍ୱାର୍ଟରଲୀ ପରୀକ୍ଷା ବେସିକ୍ରେ ମାର୍କ ଦିଆଯାଉ। ୨୦ ପ୍ରତିଶତ କୋର୍ସ ସରି ନଥିବା ବେଳେ ଆମେ କ୍ୱାର୍ଟରଲୀ ପରୀକ୍ଷା ଦେଇଥିଲୁ। ପରୀକ୍ଷା ହେବ ନାହିଁ ବୋଲି ପ୍ରିନ୍ସପାଲ କହିଥିଲେ। ତିନୋଟି କ୍ୱାର୍ଟରଲୀ ପରୀକ୍ଷାର ନମ୍ବର ଅନୁସାରେ ମାର୍କ ଦିଆଯିବ ବୋଲି କହିଥିଲେ। ଏବେ କହୁଛନ୍ତି ପରୀକ୍ଷା ହେବ। ଏ କ’ଣ ଚାଲିଛି? ସମୀର ରଞ୍ଜନ ଦାଶଙ୍କ ମୁଣ୍ଡ ବୋଧେ ଭଲ ନାହିଁ।”
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….