ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
ମଣିଷ ଓ ଜୀବଜନ୍ତୁଙ୍କ ସଂପର୍କ ଅନେକ ନିବିଡ। ଅନାବିଳ ପ୍ରେମରେ ବାନ୍ଧି ହୋଇଯାଉଛନ୍ତି ମଣିଷ ଓ ଜୀବଜନ୍ତୁ | ଏଭଳି ଏକ ପ୍ରେମର ଘଟଣା ସାମ୍ନାକୁ ଆସିଛି | ଗାଈ ପାଇଁ ଜିଲ୍ଲାପାଳଙ୍କ ପାଖରେ ପହଁଞ୍ଚିଛନ୍ତି ଜଣେ ମହିଳା। ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ, ଜୀବନ ହାରି ଦେବେ ବୋଲି କହିଛନ୍ତି। ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲାର ନିରାଶ୍ରୟା ବୃଦ୍ଧା ତରାସ ବାଘ। ବୃଦ୍ଧା ଜଣକ ଆଜିକୁ ୨୦ ବର୍ଷହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ରହି ଆସୁଛନ୍ତି। ଦିନତମାମ ଭିକମାଗି ଯାହାମିଳେ ନିଜେ ଖାଇବା ସହିତ ବୁଲା ଗୋରୁ ଗାଇଙ୍କୁ ଖାଇବାକୁ ଦିଅନ୍ତି। ଏମିତିକି ଅନେକ ସମୟରେ ଗାଇମାନଙ୍କ ସହ ଗୋଟିଏ ପାତ୍ରରେ ଖାଉଥିବା ମଧ୍ୟ ଦେଖିବାକୁ ମିଳେ। ତେବେ ସହରରେ ବୁଲୁଥିବା ଗୋରୁ ଗାଇଙ୍କ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟଥିବାରୁ ପୌର ପରିଷଦ ପକ୍ଷରୁ ବୁଲା ଗୋରୁଗାଇଙ୍କୁ ନେଇ କାଂଜିଆହୁଦାରେ ରଖାଯାଇଛି। ତେବେ ତାଙ୍କ ପାଖକୁ ଆସୁଥିବା ତାଙ୍କର ଅତିପ୍ରିୟ ଗାଈଟିକୁ ପୌର ପରିଷଦ ପକ୍ଷରୁ ନିଆନଯିବାକୁ କହିବା ସହ ଏନେଇ ଦରକାର ପଡିଲେ ଫାଇନ ଦେଇଦେବେବୋଲି ମଧ୍ୟ ବୃଦ୍ଧାଜଣକ କହିଥିଲେ। କିନ୍ତୁ ପୌର ପରିଷଦ ପକ୍ଷରୁ ତାଙ୍କର କୌଣସି କଥା ଶୁଣାନଯିବା ସହ ତାଙ୍କର ଅନୁପସ୍ଥିତିରେ ଗାଈକୁ ପୌର ପରିଷଦ ନେଇଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଗାଈକୁ ନପାଇ ପାଗଳ ପ୍ରାୟ ବୃଦ୍ଧା ଜଣକ। ନିଜର ଗାଈଟିକୁ ଫେରଇଦେବା ପାଇଁ ପୌର ପରିଷଦ ପାଖରେ ଗୁହାରୀ କରିକରି ନିରାଶ ହେବାପରେ ଶେଷରେ ୨ମାସ ହେଲା ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଆସୁଥିଲେ ହେଁ ଜିଲ୍ଲପାଳଙ୍କ ଭେଟ ପାଇନଥିଲେ। ଗତକାଲି ହଠାତ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଆଗରେ ଦେଖିଲାପରେ ଭୋ ଭୋ ହୋଇ କାନ୍ଦିବା ସହ ତାଙ୍କର ଗାଈକୁ ପ୍ରଶାସନ ଫେରାଇନଦେଲେ ସେ ଜୀବନ ହାରିଦେବେ ବୋଲି କହିଛନ୍ତି। ସେପଟେ ଜିଲ୍ଲାପାଳ ବୃଦ୍ଧାଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ଗାଇ ତାଙ୍କୁ ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ବୃଦ୍ଧାଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଫେରିଯାଇଛନ୍ତି। ଶେଷରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ ଗାଈକୁ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।
More Stories
ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ରହିବାକୁ ନିର୍ଦ୍ଦେଶ…..
୨୦ ରୁ ଖୋଲିବ ବିଦ୍ୟାଳୟ….
୧୯ ଯାଏଁ ବର୍ଷା, ୟୋଲୋ ଓ୍ବାର୍ନିଂ ଜାରି….