ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାମାରୀ କରୋନା ସହିତ କେମିତି ମୁକାବିଲା କରାଯଇପାରିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ମୁଖ୍ୟମନ୍ତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇ କହିଛନ୍ତି ଯେ ଦେଶରେ ପୁଣିଥରେ କଠିନ ପରିସ୍ଥିତି ଉପୁଜିବାକୁ ଯାଉଛି। ଆମକୁ ଶାସନ ବ୍ୟବସ୍ଥାକୁ ଅଧିକ ମଜବୁତ କରିବାକୁ ପଡ଼ିବ। ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହର ଅଧିକ ସାଂଘାତିକ ହେଉଛି। କିଛି ରାଜ୍ୟରେ ପ୍ରଥମ ଲହରକୁ ଦ୍ବିତୀୟ ଲହର ଟପିଗଲାଣି। ଲୋକମାନେ ପୂର୍ବ ଅପେକ୍ଷା ଢିଲା ହେଉଥିବା ଦେଖାଗଲାଣି। ପୂର୍ବ ଅପେକ୍ଷା ଆମ ପାଖରେ ନୂଆ ସଂଶାଧନ ରହିଛି। ଆମ ପାଖରେ ଟିକା ଭଳି ଅମୋଘ ଅସ୍ତ୍ର ମଧ୍ୟ ରହିଛି। ଆମେ ବ୍ୟବସ୍ଥାକୁ ଠିକ୍ ଭାବେ ପରିଚାଳନା କଲେ ସ୍ଥିତି ସୁଧୁରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦେଶ ତଥା ରାଜ୍ୟରେ ଏଥର ବଡ଼ ନୁହେଁ, ଛୋଟ ଛୋଟ କଣ୍ଟେନ୍ମେଣ୍ଟ କରିବାକୁ ପଡ଼ିବ। ନାଇଟ୍ କର୍ଫ୍ୟୁ ଯେଉଁଠି ହେଉଛି, ତାକୁ କରୋନା କର୍ଫ୍ୟୁ ମାନିବାକୁ ପଡ଼ିବ। ଟେଷ୍ଟ, ଟ୍ରାକ୍ ଓ ଟେଷ୍ଟ ଦ୍ବାରା ଆମେ ଏ ଲହରରେ ରୋକ୍ ଲଗାଇ ପାରିବା। ତେଣୁ ଅଧିକ ଟେଷ୍ଟିଂ କରିବା ଦରକାର। ଅଧିକ ଟେଷ୍ଟିଂ ହେଲେ ଲକ୍ଷଣ ବିହୀନ ରୋଗୀ ଚିହ୍ନଟ ହୋଇପାରିବେ ଏବଂ ଏହାର ସଫଳ ନିଦାନ କରାଯାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅପ୍ରିଲ୍ ୧୧ ହେଉଛି ବିଶିଷ୍ଟ ସମାଜସେବୀ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଏବଂ ୧୪ ଅପ୍ରେଲ୍ ହେଉଛି ବାବା ସାହେବ୍ ଆମ୍ବେଦକରଙ୍କ ଜୟନ୍ତୀ। ତେଣୁ ଅପ୍ରେଲ୍ ୧୧ରୁ ୧୪ ମଧ୍ୟରେ ଦେଶରେ ଟିକା ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..