ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଆଜି ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ଧର୍ମେନ୍ଦ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଭାରତୀୟ ସିନେମାର ଏକ ଯୁଗର ଅନ୍ତଃ ଘଟିଛି। ସେ ଜଣେ ଅସାଧାରଣ ଅଭିନେତା ଥିଲେ , ପ୍ରତ୍ୟେକ ଚରିତ୍ର ତାଙ୍କ ଆକର୍ଷଣ ଭରି ଦେଇଥିଲା। ତାଙ୍କର ବିବିଧ ଚରିତ୍ର ଗୁଡିକ ଅପାର ଲୋକଙ୍କ ହୃଦୟ ସ୍ପର୍ଶ କରିଥିଲା। ନିଜର ସରଳତା ଓ ନମ୍ରତା ପାଇଁ ସମାନ ଭାବରେ ପ୍ରଶଂସିତ ଥିଲେ।






More Stories
ବାଧ୍ୟତାମୂଳକ ହେବ ଏହି ପେଟ୍ରୋଲ…..
ବଦଳିଲା ଟିକେଟ ବାତିଲ ନିୟମ…..
NCERT ଉପରେ ଖପ୍ପା ହେଲେ ସୁପ୍ରିମକୋର୍ଟ….