ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ନୂଆ ପ୍ରଜାତି ଓମିକ୍ରନ୍ ଡରାଉଛି ସମସ୍ତଙ୍କୁ | ଧୀରେ ଧୀରେ ଭାରତରେ ବଢୁଛି ଓମିକ୍ରନ୍ ସଂକ୍ରମଣ ସଂଖ୍ୟା । ଦେଶର ୧୫ ରାଜ୍ୟକୁ ଓମିକ୍ରନ ଛୁଇଁଥିବା ବେଳେ ଏ ପର୍ଯ୍ୟନ୍ତ ୨୧୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଭାରତରେ ୨୦୨୨ ଫେବ୍ରୁଆରିରେ ‘ଓମିକ୍ରନ୍ ’ ଲହର ଶୀର୍ଷ ଛୁଇଁବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏଭଳି ସ୍ଥିତିରେ ଆଜି ଓମିକ୍ରନର ସ୍ଥିତିକୁ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବରିଷ୍ଠ ଅଧିକାରୀମାନଙ୍କ ସହ ଓମିକ୍ରନ୍ ସ୍ଥିତି ନେଇ ଆଲୋଚନା କରିବେ । ଏହାପୂର୍ବରୁ ରାଜ୍ୟ ଗୁଡ଼ିକ ସତର୍କ କରିଛନ୍ତି କେନ୍ଦ୍ର ସରକାର । ଯେଉଁଠାରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ରହିଛି । ସେଠାରେ କଣ୍ଟେନମେଣ୍ଟ ଜୋନ୍ ଓ ନାଇଟ କର୍ଫ୍ୟୁ ଭଳି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆଗୁଆ ପଦକ୍ଷେପ ନିଆନଯାଏ, ତେବେ ସଂକ୍ରମଣ ରୋକିବା ଆମ ପଖେ ଅସମ୍ଭବ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..