Report Card Odisha

| Daily Odia News

ଇମ୍ରାନ ଙ୍କ ସହ ଇସ୍ତଫା ଦେବେ ସାଂସଦ-ବିଧାୟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତକାଲି ପାକିସ୍ତାନ ସୁପ୍ରିମ୍‌ କୋର୍ଟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହା ସହିତ ସଂସଦ ଭଙ୍ଗ ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ବିଧାନର ପ୍ରକ୍ରିୟା ମୁତାବକ ହୋଇନଥିବାରୁ ଏହାକୁ କୋର୍ଟ ବେଆଇନ ଦର୍ଶାଇଥିଲେ। ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଇମ୍ରାନ ଖାନ୍ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି । ସୂଚନା ମିଳୁଛି ଯେ ଇମ୍ରାନ ଖାନ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। କେବଳ ଏତିକି ନୁହେଁ, ଇମ୍ରାନଙ୍କ ସହ ତାଙ୍କ ଦଳ ପିଟିଆଇର ସମସ୍ତ ସାଂସଦ ଏବଂ ବିଧାୟକ ନିଜ ନିଜର ପଦରୁ ଇସ୍ତଫା ଦେବେ। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଇମ୍ରାନ ଖାନ ସାରା ଦେଶରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରିବେ। ଏଥିରେ ସେ ନିଜ ପାଇଁ ଜନସାଧାରଣଙ୍କ ସମର୍ଥନ ସଂଗ୍ରହ କରିବେ ଏବଂ ପାକିସ୍ତାନରେ ତାଙ୍କ ସରକାର ଭାଙ୍ଗିବା ପଛରେ ଦାୟୀ ଥିବା ବିଦେଶୀ ଚିଠିର ଅନୁସନ୍ଧାନ ପାଇଁ ଦାବି କରିବେ ବୋଲି ସୂଚନା ମିଳିଛି ।

Breaking News