ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନମିକ ଫୋରମକୁ ସମ୍ବୋଧିତ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାମନ୍ତ୍ରୀ ମୋଦୀ କହିଛନ୍ତି କି ଭାରତ ଓ ଋଷିଆ ସମ୍ପର୍କ ବେଶ୍ ପୁରୁଣା, ଯାହା ସମୟର ଏକ ଚାହିଦା ମଧ୍ୟ। ତେବେ ଉଭୟ ଦେଶଙ୍କ ବନ୍ଧୁତ୍ୱ ସମୟର କଷଟି ପଥରରେ ବେଶ ପରିକ୍ଷିତ ହୋଇଥିବା ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫୋରମକୁ ସମ୍ବୋଧିତ କରିବାକୁ ସୁଯୋଗ ମିଳିବା ବାସ୍ତବିକ ଏକ ସୌଭାଗ୍ୟର କଥା। ଏଥିପାଇଁ ସେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। କରୋନା ଭାଇରସ ମହାମାରୀରେ ଭାରତକୁ ଋଷିଆ ଅନେକ ସ୍ୱାସ୍ଥ୍ୟ ସହଯୋଗ କରିଛି। ଭାରତର କରୋନା ଟିକାକରଣରେ ଋଷିଆର ସହଯୋଗ ସର୍ବଦା ମନେ ରହିବ ବୋଲି ମୋଦି କହିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପୂର୍ବ ଋଷିଆର ୧୧ଟି କ୍ଷେତ୍ରଙ୍କ ଗଭର୍ଣ୍ଣରଙ୍କୁ ମୋଦି ଭାରତ ଆମନ୍ତ୍ରଣ କରିଛନ୍ତି। ସୁଦୂର ପୂର୍ବକ୍ଷେତ୍ରର ବିକାଶ ନିମନ୍ତେ ପୁଟିନଙ୍କ ଦୃଷ୍ଟିକୋଣକୁ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଦୃଷ୍ଟିକୋଣ ସାକାର ହେଉ ଏଥିଲାଗି ଋଷିଆର ଭାରତ ଏକ ବିଶ୍ୱସ୍ଥ ଭାଗିଦାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ୨୦୧୫ ମସିହାରେ ଇଷ୍ଟର୍ଣ୍ଣ ଇକୋନମିକ ଫୋରମର ସ୍ଥାପନା କରିଥିଲେ। ଏହି ଫୋରମର ମୁଖ୍ୟାଳୟ ବ୍ଲାଡିଭୋସ୍ତକରେ ଥିବା ବେଳେ ପ୍ରତିବର୍ଷ ଫୋରମର ବୈଠକ ଅନୁଷ୍ଠିତ ହେଉଛି। ଏହି ମଞ୍ଚ ମାଧ୍ୟମରେ ଋଷିଆ ଓ ଏସିଆ ମହାଦେଶର ବିଭିନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କ ବିକାଶ ଲାଗି ରଣନୀତି ପ୍ରସ୍ତୁତ କରାଯାଇଥାଏ।





More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……