Report Card Odisha

| Daily Odia News

ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହଙ୍କ ଶୁଭେଚ୍ଛା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭକାମନା। ଜୟ ହିନ୍ଦ୍‌! ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭକାମନା। ଭାରତୀୟ ଗଣତନ୍ତ୍ରର ଗୌରବ, ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ନିଜର ସର୍ବସ୍ବ ଅର୍ପଣ କରିଥିବା ସମସ୍ତ ଯବାନଙ୍କୁ ପ୍ରଣାମ କରୁଛି। ଆସନ୍ତୁ ଆଜି ଆମେ ସଭିଏଁ ସ୍ବାଧୀନତାର ଗଣତାନ୍ତ୍ରିକ ମୂଲ୍ୟ ପ୍ରତି ଆପଣା ପ୍ରତିବଦ୍ଧତା ସୁନିଶ୍ଚିତ କରିବା ଲାଗି ସଙ୍କଳ୍ପ କରିବା। ଜୟ ହିନ୍ଦ୍‌!

Breaking News