ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବଡ ଦାବିଦାର। ଯୁଦ୍ଧ ରୋକିବାରେ ସଫଳ ହୋଇଥିବା ନୋବେଲ୍ ପୁରସ୍କାର ଚୟନ କମିଟି ସଦସ୍ୟଙ୍କ ସୂଚନା । ଭାରତକୁ ଶାନ୍ତିର ଉତ୍ତାଧିକାରୀ ବୋଲି କହିବା ସହ ଏହା ଏକ ମହାଶକ୍ତି ହେବାକୁ ଯାଉଛି ବୋଲି ଟୋଜେ ମତ ରଖିଛନ୍ତି। ଏଥିସହ ସେ କହିଛନ୍ତି ବିଶ୍ବରେ ଯୁଦ୍ଧର ଅବସାନ ଘଟାଇ ଶାନ୍ତି ପ୍ରତିଷ୍ଠା କରିବା କ୍ଷମତା ରଖୁଥିବା ନେତାଙ୍କ ମଧ୍ୟରେ ମୋଦୀ ହେଉଛନ୍ତି ସବୁଠାରୁ ବିଶ୍ବସନୀ୍ୟ ନେତା। ବିଶ୍ୱର ପ୍ରତ୍ୟେକ ନେତା ଶାନ୍ତି ପାଇଁ କାର୍ଯ୍ୟ କରିବା ଉଚିତ୍ ଏବଂ ନରେନ୍ଦ୍ର ମୋଦୀଙ୍କ ପରି ଜଣେ ଶକ୍ତିଶାଳୀ ନେତାଙ୍କର ଏହା କରିବାର ଅଧିକ କ୍ଷମତା ଅଛି ବୋଲି ସେ କହିଛନ୍ତି। ଆସଲେ ଟୋଜେ ନରୱେ ନୋବେଲ କମିଟିର ଉପନେତା ଅଟନ୍ତି। ଏହି ନରୱେ ନୋବେଲ କମିଟି ହିଁ ଶାନ୍ତି ପୁରସ୍କାର ବିଜେତା ନିଷ୍ପତ୍ତି କରିଥାଏ। ଏହି କମିଟି ଭାରତରେ ପହଞ୍ଚିଛି ଏବଂ ଏବିପି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଆସଲେ ଟୋଜେ କହିଛନ୍ତି ଯେ ପିଏମ ମୋଦୀ ବିଶ୍ୱରେ ଶାନ୍ତିର ଅନ୍ୟତମ ବିଶ୍ୱସ୍ତ ଚେହେରା । ପ୍ରାୟ ଏକ ବର୍ଷ ଧରି ଚାଲିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ରୋକିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଆସଲେ ଟୋଜେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଏପରି ନେତା ଯିଏ କେବଳ ଭାରତ ତଥା ଏହାର ଅର୍ଥନୀତିର ଉନ୍ନତିର ଯତ୍ନ ନେଉନାହାନ୍ତି ବରଂ ପୃଥିବୀର ବିଭିନ୍ନ କାର୍ଯ୍ୟରେ ସହଯୋଗ କରନ୍ତି ବୋଲି ସେ କହିଛନ୍ତି।






More Stories
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..