ରିପୋର୍ଟ କାର୍ଡ / ବାରିପଦା
ଗତ ବର୍ଷକ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଯାଇଛି। ଏହା କେମିତି ହେଲା | ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ଏହାର ଯାଞ୍ଚ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଜି ବାରିପଦାରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଘୋଷଣା କରିଛନ୍ତି। ମୋଦୀ ସଭାରେ ଯୋଗଦେଇ କହିଥିଲେ, ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା। ନବୀନ ବାବୁ ଏବେ ନିଜେ କିଛି କରିପାରୁ ନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କିଛି ଷଡ଼ଯନ୍ତ୍ର ବି ହୋଇଥାଇପାରେ ବୋଲି କହୁଛନ୍ତି। ଏହା ଜାଣିବାର ଅଧିକାର ସାରା ଓଡ଼ିଶାବାସୀଙ୍କର ରହିଛି। ଏହା ପଛରେ ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକଙ୍କ ହାତ ରହିଛି କି | ଏହା ଉପରୁ ପରଦା ହଟିବାର ଆବଶ୍ୟକ। ତେଣୁ ବିଜେପି ସରକାର ଆସିଲେ ଏଥିପାଇଁ ସ୍ପେଶାଲ କମିଟି ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ମୋଦୀ ଆହୁରି କହିଥିଲେ, ରତ୍ନଭଣ୍ଡାର ଚାବି କୁହାଡେ ଗଲା ତାହା ସାରା ଦେଶ ଜାଣିବାକୁ ଚାହୁଁଛି। ଯାଞ୍ଚ ରିପୋଟରେ କାହାର ନାଁ ଅଛି ତାହା ସବୁଠୁ ବଡ଼ ପ୍ରଶ୍ନ। ବିଜେଡି ଯାହା ଲୁଚାଇବାକୁ ଚାହୁଁଛି ବିଜେପି ତାହାର ଖୁଲାସା କରିବ। ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ରହିଛନ୍ତି ବୋଲି ମୋଦୀ କହିଥିଲେ।






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..