Report Card Odisha

| Daily Odia News

ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଝିଅମାନେ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତଳିଆ କର୍ମଚାରୀମାନଙ୍କ ଝିଅମାନେ ମୋଦୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି | ଏନେଇ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟପକ୍ଷରୁ କୁହାଯାଇଛି କି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଝାଡୁଦାର, ପିଅନ, ମାଳୀ, ଡ୍ରାଇଭର୍‌ମାନଙ୍କ ଭଳି କର୍ମଚାରୀମାନଙ୍କ ଝିଅମାନେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଝାଡୁଦାର, ପିଅନ, ମାଳୀ, ଡ୍ରାଇଭର୍‌ ଆଦିଙ୍କ ଝିଅ ହୋଇଥିବାରୁ ଏହା ଥିଲା ଗୋଟାଏ ବିଶେଷ ରକ୍ଷା ବନ୍ଧନ ସମାରୋହ। ସେମାନେ ଉକ୍ତ ରକ୍ଷା ବନ୍ଧନ ପାଳନ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ସେମାନଙ୍କର ଆଳାପ ଥିବା ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଏହା ପୂର୍ବରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ, ରକ୍ଷା ବନ୍ଧନର ବିଶେଷ ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ। ଉଲ୍ଲେଖଯୋଗ୍ୟ, ରକ୍ଷା ବନ୍ଧନ ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାକିସ୍ତାନୀ ଭଉଣୀ କ୍ବାମାର ମୋହସିନ୍‌ ଶେଖ୍‌ ମଧ୍ୟ ରାଖୀ ପଠାଇ ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କର ବିଜୟ କାମନା କରିଥିଲେ।

Breaking News