Report Card Odisha

| Daily Odia News

ବିଜେପିର ୪୧ ତମ ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଭାରତୀୟ ଜନତା ପାର୍ଟିର ୪୧ ତମ ପ୍ରତିଷ୍ଠା ଦିବସ । ଦେଶବ୍ୟାପୀ ପାଳନ କରାଯାଉଛି ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ | ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ପ୍ରତିଷ୍ଠିତ ହୋଇଥିଲା ଭାରତୀୟ ଜନତା ପାର୍ଟି । ଦେଶରେ ଗତ ୮ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଶ୍ବର ଏହି ବୃହତ ରାଜନୈତିକ ଦଳକୁ ପ୍ରତିଷ୍ଠା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ବରିଷ୍ଠ ରାଜନେତା ଲାଲ୍‌ କୃଷ୍ଣ ଆଡଭାନୀ । ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ବିଟ୍‌କରି କହିଛନ୍ତି, “ବିଜେପି ସ୍ଥାପନା ଦିବସ ଅବସରରେ ସଂଗଠନର ସମସ୍ତ ମହାପୁରୁଷମାନଙ୍କୁ ନମନ କରୁଛି ଯେଉଁମାନେ ନିଜର ସର୍ବସ୍ବ ଅର୍ପଣ କରି ଦଳକୁ ଏହି ବୈଭବ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ବିଜେପି ଏକ ଏଭଳି ସଂଗଠନ ଯାହାର ସଦ୍ୟମାନଙ୍କ ପାଇଁ ପାର୍ଟି ହିଁ ପରିବାର । କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ତପସ୍ୟା ଏବଂ ନିରନ୍ତର ପ୍ରୟାସ ଯୋଗୁଁ ସଂଗଠନର ବିକାଶ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ର ମୋଦିଙ୍କ ସଙ୍କଳ୍ପିତ ନୂଆ ଭାରତ ଗଠନ ଦିଗରେ ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ବାସ ମୂଳମନ୍ତ୍ର ହେବା ଆବଶ୍ୟକ । ” ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିଲ୍ଲୀ ସ୍ଥିତ ପାର୍ଟି ଅଫିସରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଟ୍ବିଟ୍‌ କରି ଅମିତ ଶାହା କହିଛନ୍ତି, “ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ପ୍ରତିଷ୍ଠା ଦିବସରେ ଶୁଭକାମନା । ଝାଳ ବୁହା ପରିଶ୍ରମ ଏବଂ ନିଷ୍ଠାର ସହ କାମ କରି ଦଳକୁ ଆଜି ବିଶାଳ ବଟବୃକ୍ଷରେ ପରିଣତ କରିଥିବା ସମସ୍ତ ମହାପୁରୁଷଙ୍କୁ ନମସ୍କାର । ରାଷ୍ଟ୍ରବାଦୀ ବିଚାରଧାରା, ଅନ୍ତୋଦ୍ୟୋୟର ସିଦ୍ଧ୍ରାନ୍ତ ଏବଂ ମୋଦିଙ୍କ ନେତୃତ୍ବରେ ଦେଶକୁ ଆତ୍ମ ନିର୍ଭର କରିବା ପାଇଁ ବିଜେପି ନିରନ୍ତର ପ୍ରୟାସରତ ।” କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟ୍‌ କରି ଧର୍ମେନ୍ଦ୍ର ଲେଖିଛନ୍ତି, “ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଏବଂ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ମହାପୁରୁଷଙ୍କ ବଳିଦାନ, ରାଷ୍ଟ୍ରବାଦୀ ସିଦ୍ଧାନ୍ତ, ଅନ୍ତୋଦୟ ଭଳି ବିଚାର ଏବଂ ସେବା ହିଁ ସଂଗଠନ ମାଧ୍ୟମରେ ରାଷ୍ଟ୍ରହିତ ପାଇଁ ବିଜେପି ନିଜର ସର୍ବସ୍ବ ଅର୍ପଣ କରିଛି । ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ବାସ ମୂଳମନ୍ତ୍ର ମାଧ୍ୟମରେ ବିଜେପି ଆଜି ଜନ କଲ୍ୟାଣ ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ ନିରନ୍ତର କାର୍ଯ୍ୟରତ ।”

Breaking News