ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରାଜିଲ ରାଷ୍ଟ୍ରପତି ଭବନକୁ ହୋଇଥିବା ଆକ୍ରମଣ କୁ ନେଇ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଦଙ୍ଗା ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରି ମୋଦି ବ୍ରାଜିଲ ସରକାରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ଏନେଇ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କୁ ଟ୍ୟାଗ କରି ସେ ଏହି ଟ୍ୱିଟ୍ କରିଛନ୍ତି। ବ୍ରାଜିଲରେ ରାଷ୍ଟ୍ରୀୟ ଅନୁଷ୍ଠାନ ବିରୁଦ୍ଧରେ ଦଙ୍ଗା ଏବଂ ଭଙ୍ଗାରୁଜା ଖବର ବିଷୟରେ ସେ ଗଭୀର ଭାବରେ ଚିନ୍ତିତ। ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନିତ କରିବା ଆବଶ୍ୟକ। ବ୍ରାଜିଲ୍ କର୍ତ୍ତୃପକ୍ଷଙ୍କୁ ଆମେ ଆମର ସମ୍ପୂର୍ଣ୍ଣ ସମର୍ଥନ ଜଣାଉଛୁ ବୋଲି ମୋଦି ଟ୍ୱିଟ କରି ଜଣାଇଛନ୍ତି।
More Stories
ଆଜି କାଳବୈଶାଖୀ.…
ଅଲଗା ହେଲେ ୟୁଜବେନ୍ଦ୍ର ଓ ଧନଶ୍ରୀ….
ସାଢେ ୧୧ ଟା ଯାଏଁ ଗୃହ ମୁଲତବୀ……