ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡେରାଡୁନ୍ ର ଯୋଶୀମଠରେ ୬୦୩ କୋଠାଘର ଫାଟିଯାଇଛି | ଜିଲ୍ଲା ମାଜିଷ୍ଟ୍ରେଟ୍ ହିମାଂଶୁ ଖୁରାନା କହିଛନ୍ତି, ଯୋଶୀମଠର ପ୍ରଭାବିତ ଜନତାଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ରିଲିଫ୍ ଶିବିରମାନଙ୍କରେ ମୌଳିକ ସୁବିଧାଗୁଡ଼ିକୁ ସବୁବେଳେ ଯାଞ୍ଚ କରାଯିବା ସହିତ ପ୍ରଶାସନ ଜନସାଧାରଣଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛି। ଆବଶ୍ୟକ ହେଲେ ତୁରନ୍ତ ଯାଞ୍ଚ୍ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ଚାମୋଲି ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଏପର୍ଯ୍ୟନ୍ତ ଯୋଶୀମଠରେ ୬୦୩ କୋଠାଘର ଫାଟିଯାଇଛି। ସମୁଦାୟ ୬୮ ପରିବାରକୁ ସାମୟିକ ଭାବେ ସ୍ଥାନାନ୍ତର କରାଯାଇଛି। ସରକାରୀ ଅଧିକାରୀମାନେ କହିଛନ୍ତି, ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ‘ହୋଟେଲ୍ ମାଉଣ୍ଟ୍ ଭିୟୁ’ ଏବଂ ‘ମାଲାରି ଇନ୍’ରେ କାରବାର ଓ ରହଣି ନିଷେଧ କରାଯାଇଛି। ଜିଲ୍ଲା ପ୍ରଶାସନ ରବିବାର ଦିନ ଜିଲ୍ଲା ପ୍ରଶାସନ ପ୍ରଭାବିତ ପରିବାରକୁ ଅତ୍ୟାବଶ୍ୟକ ଘରକରଣା ସାମଗ୍ରୀ ନିମନ୍ତେ ଆବଶ୍ୟକ ସହାୟତା ପାଣ୍ଠି ବଣ୍ଟନ କରିଛି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..