Report Card Odisha

| Daily Odia News

ରାଜସ୍ଥାନରେ ଗଡିଲା ବନ୍ଦେ ଭାରତ ଟ୍ରେନ୍‌‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌‌କୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍‌‌ ଜୟପୁର ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେସନ ମଧ୍ୟରେ ଚଳାଚଳ କରିବ। ଆସନ୍ତାକାଲିଠାରୁ ଏହି ଟ୍ରେନ୍‌‌ ଆଜ୍‌‌ମେର୍‌‌ ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମଧ୍ୟରେ ଚଳାଚଳ କରିବ। ଏହା ଜୟପୁର, ଅଲୱାର ଓ ଗୁରୁଗ୍ରାମରେ ରହଣୀ ସହ ଯାତ୍ରା‌ କରିବ । ଟ୍ରେନ୍‌‌ର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦିଲ୍ଲୀ ଓ ଜୟପୁର ମଧ୍ୟରେ ଯାତ୍ରାକୁ ସହଜ ସ ସୁଗମ କରିବ। ଶ୍ରୀ ମୋଦୀ କହିଛନ୍ତି ତାଙ୍କ ସରକାର ରେଳଯାତ୍ରାକୁ ସୁରକ୍ଷିତ କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ରାଜସ୍ଥାନର ପର୍ଯ୍ୟଟନ ଶିଳ୍ପକୁ ବହୁମାତ୍ରାରେ ସାହାଯ୍ୟ କରିବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବ

Breaking News