ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେତେକ ରାଜ୍ୟରେ ସ୍ଥିତି ଉଦ୍ବେଗ ଜନକରହିଛି । କିଛି ରାଜ୍ୟରେ ଲକ୍ ଡାଉନ୍ , ସଟ୍ ଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଛି । ଦେଶର କରୋନା ସ୍ଥିତି ନେଇ ଆଜି ଦିନ ୧୧ଟାରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ଜାନୁଆରୀ ବୈଠକରେ ଟିକାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଏବେ କିନ୍ତୁ ସଂକ୍ରମଣକୁ ନେଇ କି ପ୍ରକାର ପଦକ୍ଷେପ ନିଆଯିବ ତା’ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି।
Discussion about this post