ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ତେବେ ବଜେଟ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗ୍ରାମ, ଗରିବ ଏବଂ କୃଷକଙ୍କୁ ଧ୍ୟାନରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି | ସେ କହିଛନ୍ତି ଯେ ଏହି ବଜେଟରେ ମଧ୍ୟବିତ୍ତଙ୍କୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବଜେଟ୍ ଏକ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଟେକ୍ନୋଲୋଜି ଉପରେ ଅଧିକ ଗୁରୁତ୍ୱ ଦେଇଛୁ। ସେ କହିଛନ୍ତି ଯେ ଏହି ବଜେଟରେ ଏମଏସଏମଇଗୁଡ଼ିକୁ ମଧ୍ୟ ଧ୍ୟାନ ଦିଆଯାଇଛି ଏବଂ ଏକ ନୂତନ ଦେୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ଏହି ବଜେଟ୍ ପାଇଁ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..