ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | କରୋନା ସଂକ୍ରମଣକୁ ନେଇ ଅପରାହ୍ଣ ସାଢ଼େ ୪ଟାରେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ କରୋନା ସଂକ୍ରମଣ ଓ ଟିକାକରଣ ଉପରେ ଆଲୋଚନା ହେବ । ଏଥିସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ଲକଡାଉନ୍ କଟକଣା ଲଗାଇବାକୁ ନେଇ ମଧ୍ୟ ଆଲୋଚନା ହୋଇପାରେ। ଏହି ବୈଠକରେ ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର୍ସ, ଆଇସିୟୁ, ଶଯ୍ୟା ଓ ଭ୍ୟାକ୍ସିନ ଉପରେ ମଧ୍ୟ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।






More Stories
ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ…….
ସ୍କୁଲରେ ୨୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା,ପ୍ରିନ୍ସପାଲଙ୍କ ସମେତ ୩ ଗିରଫ……
ମନ୍ଦିର ଦଳାଚକଟା ମାମଲା: ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ…..