Report Card Odisha

| Daily Odia News

ଅକ୍ସିନେ ପ୍ଲାଣ୍ଟ ପାଇଁ ପିଏମ କେୟାର ଫଣ୍ଡରୁ ଅର୍ଥ ଖର୍ଚ୍ଚ ହେବ:ପ୍ରଧାନମନ୍ତ୍ରୀ ମୋଦ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ କେନ୍ଦ୍ର ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦେଶରେ ଅକ୍ସିଜେନର ଉପଲବ୍ଧତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଉଚ୍ଚ ସ୍ଥରୀୟ ବୈଠକ କରିଛନ୍ତି | ବୈଠକରେ ୧୫୦୦ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ପ୍ଲାଣ୍ଟ ଦେଶର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ । ଏନେଇ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ମୋଦି କହିଥିବା ଜଣାପଡ଼ିଛି । ଏହାସହ ହସ୍ପିଟାଲ କର୍ମଚାରୀଙ୍କୁ ଅକ୍ସିଜେନ ପ୍ଲାଣ୍ଟର ସଞ୍ଚାଳନ ଓ ଦେଖାଶୁଣା ପାଇଁ ଜରୁରୀ ଟ୍ରେନିଂ ଦେବାକୁ ମଧ୍ୟ ମୋଦି କହିଛନ୍ତି । ଅକ୍ସିନେ ପ୍ଲାଣ୍ଟ ପାଇଁ ପିଏମ କେୟାର ଫଣ୍ଡରୁ ଅର୍ଥ ଖର୍ଚ୍ଚ ହେବ । ଦେଶରେ ଆହୁରି ୪ ଲକ୍ଷ ଅକ୍ସିଜେନ ବେଡ ତିଆରି ହେବ। ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମୋଦି କହିଛନ୍ତି ଯେ ପ୍ରତ୍ୟେକ ଜିଲ୍ଲାରେ ଏମିତି କିଛି ଲୋକ ରହିବା ଆବଶ୍ୟକ ଯେଉଁମାନଙ୍କୁ ଅକ୍ସିଜେନ ପ୍ଲାଣ୍ଟ ସଞ୍ଚାଳନ ଓ ଦେଖାଶୁଣା ପାଇଁ ଟ୍ରେନିଂ ଦିଆଯାଇପାରିବ । ଭାରତରେ ମାର୍ଚ୍ଚରୁ ମେ’ ମଧ୍ୟରେ କରୋନାର ଦ୍ୱିତୀୟ ଲହରରେ ବହୁତ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିଲା। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବ ଖାଦେଇଥିଲା। ଯଦିଓ ଏହା ଉପରେ ମୋଦୀ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ତଥାପି ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ସମେତ ଦେଶର ତମାମ ସହରରେ ମେଡିକାଲ ଅକ୍ସିଜେନ, ଭେଣ୍ଟିଲେଟର, ବେଡ ଆଦି ସଙ୍କଟ ଦେଖାଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏଥିପାଇଁ ସରକାରଙ୍କୁ ମଧ୍ୟ ଅନେକ ସମାଲୋଚନା କରାଯାଇଥିଲା। ସେଥିପାଇଁ ତୃତୀୟ ଲହର ଆଶଙ୍କା ମଧ୍ୟରେ ପିଏମ ମୋଦି ଏହି ଉଚ୍ଚ ସ୍ଥରୀୟ ବୈଠକ ଡାକି ଶୀଘ୍ର ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି । ବୈଠକରେ ମୋଦି କହିଛନ୍ତି କେନ୍ଦ୍ର ସରକାରଙ୍କ ଅଧିକାରୀ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବା ଉଚିତ। ମୋଦି କହିଛନ୍ତି ଯେ ସରକାର ନୂଆ କୌଶଳ ବ୍ୟବହାର କରିବା ଉଚିତ ଯେପରି ସ୍ଥାନୀୟ ଓ ରାଷ୍ଟ୍ରୀୟ ସ୍ତରରେ ଅକ୍ସିଜେନ ପ୍ଲାଣ୍ଟ କାମର ତଦାରଖ କରାଯାଇପାରିବ । ଏହି ବୈଠକରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ଦେଶରେ ୮ ହଜାର ଲୋକଙ୍କୁ ଟ୍ରେନିଂ ଦେବାକୁ ଟାର୍ଗେଟ କରାଯାଇଛି। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ କରୋନାକୁ ନେଇ ମୋଦିଙ୍କ ଏହା ପ୍ରଥମ ଉଚ୍ଚ ସ୍ଥରୀୟ ବୈଠକ। କ୍ୟାବିନେଟ ସଂପ୍ରସାରଣରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ହଟାଇ ମନସୁଖ ମାଣ୍ଡଭିୟଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

 

Breaking News