Report Card Odisha

| Daily Odia News

ପଶ୍ଚିମବଙ୍ଗ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି,ପହଞ୍ଚିଲେ ମିଥୁନ ଚକ୍ରବର୍ତ୍ତୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରିବେ। ଏହି ରାଲିରେ ସାମିଲ ହେବାକୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀରେ କୋଲକାତାରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ସେ ରାଜ୍ୟ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗିୟଙ୍କୁ ସାକ୍ଷାତ କରିଥିଲେ। ରବିବାର ଅପରାହ୍ନ ୧୨ଟା ସମୟରେ ବ୍ରିଗେଡ ମଇଦାନରେ ସେ ବିଜେପିରେ ସାମିଲ ହେବେ। ରାଲିରେ ମୋଦିଙ୍କ ସହ ବିଜେପିର ତମାମ ବରିଷ୍ଠ ନେତା ଉପସ୍ଥିତ ରହିବେ। ମିଥୁନଙ୍କ ଛଡା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ହେବନେଇ ଚର୍ଚ୍ଚା ହେଉଛି । ମୋଦିଙ୍କ ରାଲିରେ ଗାଙ୍ଗୁଲି ବିଜେପିରେ ସାମିଲ ହେବାନେଇ ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ଅପରାହ୍ନ ୨ଟା ବ୍ରିଗେଡ ମଇଦାନରେ ପହଞ୍ଚିବେ। ତେବେ ଗାଙ୍ଗୁଲି ବିଜେପିରେ ସାମିଲ ହେବେ ନା ନାହିଁ ଏବଂ ଯଦି ହେବେ ତାହେଲେ ଆଜି ହେବେ କି ବୋଲି ଲୋକଙ୍କ ମନରେ ସନ୍ଦେହ ରହିଛି। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ବଡ ବଡ ନେତା ଲଗାତାର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି। ସେ ଦୃଷ୍ଟିକୋଣରୁ ଆଜି ପଶ୍ଚିମବଙ୍ଗରେ ରାଜନୀତିର ସୁପରସଣ୍ଡେ ବୋଲି କୁହାଯାଉଛି। ଆଜି ମୋଦି ବ୍ରିଗେଡ ମଇଦାନରେ ଏକ ରାଲିକୁ ସମ୍ବୋଧିତ କରିବେ। ଅପରପକ୍ଷରେ ମମତା ବାନାର୍ଜୀ ଆଜି ଉତ୍ତର କୋଲକାତାରେ ମହଙ୍ଗା ଦର ବିରୋଧରେ ପଦଯାତ୍ରା କରିବେ। ବୃଦ୍ଧି ପାଉଥିବା ଗ୍ୟାସ ସିଲିଣ୍ଡର ଦର ବିରୋଧରେ ମମତା ପଦଯାତ୍ରା କରିବେ। ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନିଜ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ନନ୍ଦିଗ୍ରାମ ଟିକେଟ ଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ହିଁ ନିର୍ବାଚନ ଲଢ଼ୁଛନ୍ତି। ୨୯୪ ବିଧାନସଭା ଆସନ ପାଇଁ ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ ତାରିଖରୁ ୮ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ। ପ୍ରଥମ ତାଲିକାରେ ବିଜେପି ନିଜ ତରଫରୁ ୫୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

Breaking News