ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି | ଏହାଲୁ ଦୃଷ୍ଟିରେରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ କୋଭିଡ-୧୯ ମହାମାରୀ ପରିସ୍ଥିତି ଓ ଟିକାକରଣ କାର୍ୟ୍ୟକ୍ରମର ସମୀକ୍ଷା କରିଛନ୍ତି। ଦୀର୍ଘସ୍ଥାୟୀ କୋଭିଡ-୧୯ ପରିଚାଳନା, ଜନସାଧାରଣଙ୍କ ମଧ୍ୟରେ ସଚେତନତା ଏବଂ ସେମାନଙ୍କର ସମ୍ପୃକ୍ତି ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ତେବେ ସର୍ବୋପରି ବିଭିନ୍ନ ଗୋଷ୍ଠୀ ବା ସମ୍ପ୍ରଦାୟ ମଧ୍ୟରେ ସତଚେତନତା ସୃଷ୍ଟି ସହ ସେମାନେ ଏହି ଲଢ଼େଇରେ ସାମିଲ ହେବା ଦ୍ବାରା ଉପୁଜିଥିବା ସ୍ଥିତିରୁ ତ୍ରାହି ମିଳିପାରିବ ବୋଲି ମୋଦୀ କହିଥିଲେ। ଏଥିପାଇଁ ଜନଭାଗୀଦାରି ଓ ଜନସଚେତନତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସେହିପରି ନମୁନା ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ୍ ନିୟମ ଅନୁପାଳନ ଓ ଟିକାକରଣ ପରି ପାଞ୍ଚସୂତ୍ରୀ ଯୋଜନାକୁ ଗୁରୁତ୍ବ ଏବଂ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ କରାଗଲେ କରୋନା ସଂକ୍ରମଣକୁ କାବୁ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶତ ପ୍ରତିଶତ ମାସ୍କ ପରିଧାନ ସହ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଏବଂ ସାର୍ବଜନୀନ ସ୍ଥାନ/କର୍ମସ୍ଥଳୀ/ସ୍ବାସ୍ଥ୍ୟକେନ୍ଦ୍ରରେ ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଆଗାମୀ ୬ ତାରିଖରୁ ୧୪ ତାରିଖ ଯାଏ ଏକ ସ୍ବତନ୍ତ୍ର ପ୍ରଚାର ଅଭିଯାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….